ଏହି ଜାଗାରେ ୮୦ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ବି ଗରିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ଏହି ଜାଗାରେ ୮୦ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ବି ଗରିବ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତରେ କେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳେ ରହିବେ, ତାହା ଏକ ବିବାଦୀୟ ବିଷୟ। ୨୦୧୧ରେ ଯୋଜନା ଆୟୋଗ ଏହାର ଏକ ମାନ ନିର୍ଦ୍ଧାରଣ କରି  ସୁପ୍ରିମ୍‌କୋର୍ଟଙ୍କୁ କହିଥିଲେ ଯେ, ସହରରେ ଯେଉଁ ବ୍ୟକ୍ତି ମାସକୁ ୯୬୫ ଟଙ୍କା ଏବଂ ଗାଁରେ  ୭୮୧ଟଙ୍କା ଖର୍ଚ୍ଚ କରୁଛନ୍ତି, ସେମାନଙ୍କୁ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ବୋଲି କୁହାଯିବ। ଏହାର ଅର୍ଥ ପ୍ରତିଦିନ ୩୨ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିକୁ ଦରିଦ୍ର କୁହାଯିବ ନାହିଁ। କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ଅଛି, ଯେଉଁଠି ୮୦ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ମଧ୍ୟ ଦାରିଦ୍ର୍ୟ ସୀମାରେଖା ତଳେ ରହିଥାନ୍ତି। କଥାଟା ଶୁଣିବା ପରେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ଭାରତରେ ୮୦ ଲକ୍ଷ ଟଙ୍କା ଆୟ କରୁଥିବା  ବ୍ୟକ୍ତିଙ୍କୁ ଅତି ଧନୀ ଶ୍ରେଣୀରେ ଗଣା ଯାଉଥିବା ବେଳେ ଏହା କେଉଁ ସ୍ଥାନ ଯେଉଁଠାରେ ଏତେ ପରିମାଣର ଟଙ୍କା କମାଉଥିବା ବ୍ୟକ୍ତିଙ୍କୁ ଦରିଦ୍ର କୁହାଯାଏ? ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ସେହି ସ୍ଥାନ ହେଉଛି ଆମେରିକାର ସାନ୍‌ ଫ୍ରାନ୍ସିସ୍କୋ। ଆଜ୍ଞା ହଁ, ଆମେରିକାର ଅଧିବାସୀ ଏବଂ ସହର ବିକାଶ ବିଭାଗ ଏହା ହିଁ ମାନି ନେଇଛନ୍ତି।

ବ୍ରୁକିଙ୍ଗ୍‌ ଇନ୍‌ଷ୍ଟିଟ୍ୟୁଟ୍‌ର ୱେବ୍‌ସାଇଟ୍ ‘ଦି ହାମିଲ୍‌ଟନ୍‌ ପ୍ରୋଜେକ୍ଚ’ ଅନୁସାରେ ଯଦି ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ଆମଦାନୀ ୧୧୭,୪୦୦ ଡଲାର୍‌ ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୮୦ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବ ସେମାନେ ଦରିଦ୍ର ଶ୍ରେଣୀରେ ଅନ୍ତର୍ଭୁକ୍ତ।

ଆହୁରି ମଧ୍ୟ ଅଧିବାସୀ ଏବଂ ସହର ବିକାଶ ବିଭାଗର ରିପୋର୍ଟ ଅନୁସାରେ ୭୩,୩୦୦ ଡଲାର ବା ୫୦ ଲକ୍ଷରୁ କମ୍‌ ବେତନ ପାଉଥିବା ପରିବାରଙ୍କୁ ନିମ୍ନ ଦରିଦ୍ର ଶ୍ରେଣୀ ମଧ୍ୟରେ ରଖାଯିବ।
ଏହି ରିପୋର୍ଟ ଅନୁସାରେ ସାନ୍‌ ଫ୍ରାନ୍ସିସ୍କୋ, ସାନ୍‌ ମାରିଓ ଏବଂ ଏହାର ଆଖପାଖରେ ରହୁଥିବା ୪ ଜଣ ସଦସ୍ୟ ବିଶିଷ୍ଟ ପରିବାର ଯଦି ୮୦ ଲକ୍ଷ ଟଙ୍କା କମାଉଥାନ୍ତି, ତେବେ ସେମାନଙ୍କୁ  ‘କମ୍‌ ବେତନ’ ପାଉଥିବା ପରିବାର ବା ଦରିଦ୍ର କୁହାଯିବ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସାନ୍‌ ଫ୍ରାନ୍ସିସ୍କୋ ବ୍ୟତୀତ ଆମେରିକାର ବାକି ସହର ଗୁଡ଼ିକରେ ପାଖାପାଖି ଦୁଇ ତୃତୀୟାଂଶ  ପରିବାରଙ୍କ ଉପାର୍ଜନ ୮୦ ଲକ୍ଷ ଟଙ୍କାରୁ କମ୍‌। ଆମେରିକାରେ ୪ଜଣ ସଦସ୍ୟ ବିଶିଷ୍ଟ ପରିବାରଙ୍କ ଉପାର୍ଜନ ୬୨ ଲକ୍ଷ ଟଙ୍କା। ଏହାଠାରୁ ଅଧିକ ସଦସ୍ୟ ଥିବା ପରିବାରଙ୍କ ହାରାହାରି ଉପାର୍ଜନ ୪୧ ଲକ୍ଷ ଟଙ୍କା।

town

ଆମେରିକାର ଦାରିଦ୍ର୍ୟ ସୀମାରେଖାର ପରିଭାଷା: ଗୋଟିଏ ପରିବାର ୨୫,୧୦୦ ଡଲାର୍‌ ବା ୧୭ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲେ ତାହାକୁ ଆମେରିକାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ଭାବେ ଗ୍ରହଣ କରାଯାଏ। ୩୨.୬ କୋଟି ଜନସଂଖ୍ୟା ଥିବା ଆମେରିକାରେ ୪ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। କିନ୍ତୁ ସାନ୍‌ ଫ୍ରାନ୍ସିସ୍କୋରେ ଅଧିକାଂଶ ଲୋକେ ଦାରିଦ୍ର୍ୟ ସୀମାରେଖାଠାରୁ ଅଧିକ ରୋଜଗାର କରୁଥିବାରୁ ଏହି ସହରକୁ ଆମେରିକାର ସବୁଠୁ ବିକଶିତ ଏବଂ ମହଙ୍ଗା ସହର ହୋଲି କୁହାଯାଇଥାଏ। ଅଧିକ ଇଣ୍ଡଷ୍ଟ୍ରି ଥିବାରୁ ଏଠାରେ ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟ ମଧ୍ୟ ଭଲ ହୋଇଥାଏ। ଏହି କାରଣରୁ ସାନ୍‌ ଫ୍ରାନ୍ସିସ୍କୋ ଆମେରିକାର ସବୁଠାରୁ ଅଧିକ ବେତନ ପାଉଥିବା ଲୋକଙ୍କ ସହର ପାଲଟିଛି।
ବିବିସିର ରିପୋର୍ଟ ଅନୁସାରେ କୃଷକ ଏବଂ ଛୁଆଙ୍କ ଯତ୍ନ ନେଉଥିବା କର୍ମଚାରୀ ସାନ୍‌ ଫ୍ରାନ୍ସିସ୍କୋରେ ସବୁଠାରୁ କମ୍‌ ଉପାର୍ଜନ କରିଥାନ୍ତି। ଏଠାରେ କୃଷକ ବର୍ଷକୁ ହାରାହାରି ୧୩ ଲକ୍ଷ ଉପାର୍ଜନ କରୁଥିବା ବେଳେ ଛୋଟ ଛୁଆଙ୍କ ଯତ୍ନ ନେଉଥିବା କର୍ମଚାରୀ ୧୫ ଲକ୍ଷ ଟଙ୍କା ଉପାର୍ଜନ କରିଥାନ୍ତି।

ଏହି ସହରରେ ଗୋଟିଏ ପରିବାରକୁ ରହିବା ପାଇଁ ହେଲେ ଘରଭଡ଼ା ବାବଦକୁ ଆୟର ୨୫ ପ୍ରତିଶତରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ। ବାକି ରାଜ୍ୟ ତୁଳନାରେ ଏଠାରେ ଘରଭଡ଼ା ଚାରିଗୁଣା ଅଧିକ। ଆମେରିକାର ଓହାଇଓରେ ୨ବିଏଚ୍‌କେ ଘରର ମାସିକ ଭଡ଼ା ୮୪୫ ଡଲାର ବା ୫୮ ହଜାର ହୋଇଥିବା ବେଳେ ସେହିଭଳି ସାଇଜ୍‌ର ଘର ପାଇଁ ସାନ୍‌ ଫ୍ରାନ୍ସିସ୍କୋରେ ୩୧୨୧ ଡଲାର ବା ୨ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ। ଲୋକଙ୍କୁ ଏଠାରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ବେତନ ଅଧିକ ହୋଇଥିଲେ ସୁଦ୍ଧା ସେମାନେ ଦାରିଦ୍ର୍ୟ ସୀମାରେଖା ତଳେ ଆସିଯାଆନ୍ତି।

 

 



from OdishaReporter https://ift.tt/2L8fAZX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages