ଅସମୟରେ ଫଳ ଖାଉଛନ୍ତି କି ? ଫଳ ହୋଇପାରେ ଓଲଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ଅସମୟରେ ଫଳ ଖାଉଛନ୍ତି କି ? ଫଳ ହୋଇପାରେ ଓଲଟା

ସୁସ୍ଥ ରହିବାକୁ ହେଲେ, ଆମକୁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ପଡ଼ିବ। ଆଉ ଫଳ ଖାଇବା ସବୁଠାରୁ ସ୍ୱାସ୍ଥ୍ୟକର ବୋଲି ଆମେ ଭାବିଥାଉ। ତେଣୁ ସମୟ ଅମସୟରେ ବି ଫଳ ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି। ଯାହା ସୁସ୍ଥ ଇଖିବା ବଦଳରେ ଲୋକଙ୍କୁ ଅସୁସ୍ଥ କରିଦିଏ। ଆପଣ ଭାବୁଥିବେ, ଫଳ ଖାଇବାର ବି ଗୋଟେ ସମୟ ଅଛି କି ? ଆଜ୍ଞା ହଁ। ଖାଦ୍ୟ ଖାଇବାର ଯେପରି ଗୋଟେ ଟାଇମ୍‌ଟେବୁଲ୍‌ ଥାଏ, ସେହିଭଳି ଫଳ ଖାଇବାର ମଧ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଅଛି। କାରଣ ବିଭିନ୍ନ ଫଳରେ ଭିନ୍ନ ଭିନ୍ନ ଭିଟାମିନ୍‌ ରହିଥାଏ। ଏହା ଶରୀର ଉପରେ ଭିନ୍ନ ଭିନ୍ନ ପ୍ରଭାବ ମଧ୍ୟ ପକାଇଥାଏ। ତେଣୁ ଉଚିତ୍‌ ସମୟରେ ଫଳ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ତେବେ ଆସନ୍ତୁ ଜାଣିବା, କେଉଁ ସମୟରେ କେଉଁ ଫଳ ଖାଇବା ଉଚିତ ?

ଅମୃତଭଣ୍ଡା: ଶରୀରର ଓଜନ କମାଇବା ପାଇଁ ଅମୃତଭଣ୍ଡା ବହୁତ ଉପକାରୀ। କିନ୍ତୁ ଯଦି ଏହାକୁ ଭୁଲ୍‌ ସମୟରେ ଖାଇବା ତେବେ ଓଜନ କମିବା ବଦଳରେ ବଢିଯିବ। ତେଣୁ ସକାଳୁ ଜଳଖିଆ ଖାଇବା ପୂର୍ବରୁ ଓ ଦ୍ୱିପ୍ରହର ଖାଇବା ପୂର୍ବରୁ ଅମୃତଭଣ୍ଡା ଖାଇଲେ ଭଲ। କିନ୍ତୁ ଖାଇସାରିବା ପରେ ଅମୃତ ଭଣ୍ଡା ଖାଇବା ଦ୍ୱାରା ଓଜନ ବଢ଼ିଥାଏ।

କମଳା ଲେମ୍ବୁ: ଅନେକ ଲୋକ ସକାଳୁ କମଳା ଜୁସ୍‌ ପିଇବାକୁ ପସନ୍ଦ କରନ୍ତି। ଏହା ଶରୀର ପାଇଁ ହାନିକାରକ। କାରଣ କମଳାରେ ଅମ୍ଳ ଭାଗ ରହିଥାଏ। ତେଣୁ ଖାଲି ପେଟରେ କମଳା ରସ ପିଇଲେ ପେଟ ଜନିତ ସମସ୍ୟା ଦେଖା ଦେଇଥାଏ। ସନ୍ଧ୍ୟାରେ କମଳା ରସ ପିଇବା ଶରୀର ପାଇଁ ଭଲ।

ଡାଳିମ୍ବ: ଡାଳିମ୍ବ ଶରୀରରେ ଶକ୍ତି ସଂଚାର କରିଥାଏ। ସକାଳ ଜଳଖିଆ ସହିତ ଡାଳିମ୍ବ ଖାଇଲେ ପୂରା ଦିନ ଶରୀରକୁ ଶକ୍ତି ମିଳିଥାଏ। ଫଳରେ ଶରୀର ଫୂର୍ତ୍ତି ରହିଥାଏ।

ଆପଲ୍: ଆପଲ୍‌ ବା ସେଓରେ ପୋକ୍ଟିନ୍‌ ନାମକ ତତ୍ୱ ରହିଥାଏ। ଯାହା କୋଲେଷ୍ଟ୍ରଲ୍ ଓ ରକ୍ତଚାପ ମାତ୍ରା କମାଇବାରେ ସାହାଯ୍ୟ କରିଥାଏ। ଏହି ପୋକ୍ଟିନ୍‌କୁ ହଜମ୍‌ ହେବା ପାଇଁ ବହୁତ ସମୟ ଲାଗିଥାଏ। ତେଣୁ ଆପଲ୍‌କୁ ରାତିରେ ନ ଖାଇ, ସକାଳ ଜଳଖିଆ ସହିତ ଖାଇବା ଦରକାର।

ଅଙ୍ଗୁର: ଏଥିରେ ପ୍ରଚୁର ପରିମାଣରେ ଜଳୀୟଅଂଶ ରହିଥାଏ। ଅଙ୍ଗୁର ଖାଇବା ଦ୍ୱାରା ଶରୀର ଜଳୀୟଅଂଶ ନିୟନ୍ତ୍ରଣ ହୋଇଥାଏ।  ତେଣୁ ସକାଳୁ ଖାଲି ପେଟରେ ଅଙ୍ଗୁର ଖାଇଲେ ଲାଭ ମିଳିଥାଏ।

କଦଳୀ: ନିୟମିତ କଦଳୀ ଖାଇବାଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଦ୍ୱିପ୍ରହରରେ କଦଳୀ ଖାଇବା ଭଲ। ରାତିରେ କଦଳୀ ଖାଆନ୍ତୁ ନାହିଁ। ଏଥିରେ ପାଚକ ସମସ୍ୟା ଦେଖାଦେଇଥାଏ।

 



from OdishaReporter https://ift.tt/2zC0W8V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages