ସୁବର୍ଣ୍ଣପୁରରେ ଲଗାଣ ବର୍ଷା: ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ସୁବର୍ଣ୍ଣପୁରରେ ଲଗାଣ ବର୍ଷା: ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

222

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ଗତ ଦୁଇ ଦିନର ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପିତାମହୁଲ ନିକଟ ବାଉରୀ ଯୋର ଉପରେ ୯ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଫଳରେ ସୁବର୍ଣ୍ଣପୁରରୁ ରେଢ଼ାଖୋଲ ଓ ସୁବର୍ଣ୍ଣପୁରରୁ ବିଶିପାଲି ଦେଇ ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

88

ସେହିଭଳି ହରିହରଯୋର ଜଟେସିଂହା ସ୍ଥିତ ସେତୁ ଉପର ପେଟେ ଉଚ୍ଚର ପାଣି ପ୍ରବାହିତ ହେଉଛି। ସେତୁ ଦବି ଯାଇଛି। ତେଣୁ ବୀରମହାରାଜପୁର ଓ ସୁବଳୟାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଭୂତିଆପାଲି ସ୍ଥିତ ଘୁଙ୍ଗିନାଳରେ ୫ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ବୀରମହାରାଜପୁର ଓ ଚାରମାଳକୁ ଯୋଗାଯୋଗ  ବାଧାପ୍ରାପ୍ତ ହୋଇଛି।

ବର୍ଷା ପ୍ରଭାବରେ ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ବିଭିନ୍ନ ଗାଁ ପାଣି ଘେରରେ ଥିବା ଜଣାପଡ଼ିଛି।



from OdishaReporter https://ift.tt/2A1hEPk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages