ଟିନ୍‌ଏଜ୍‌ରେ ତ୍ୱଚାର ଯତ୍ନ ପାଇଁ ଟିପ୍‌ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଟିନ୍‌ଏଜ୍‌ରେ ତ୍ୱଚାର ଯତ୍ନ ପାଇଁ ଟିପ୍‌ସ

କିଶୋରାବସ୍ଥା ବା ଟିନ୍‌ଏଜ୍‌ରେ ଝିଅମାନେ ନିଜ ଶରୀର ପ୍ରତି ଯତ୍ନବାନ ହେବା ଉଚିତ୍। କାରଣ ଏହି ବୟସରେ ଶରୀରର ଅଭିବୃଦ୍ଧି ହୁଏ ଓ ଶରୀରରେ ହରମୋନ୍ ଜନିତ ଅନେକ ପରିବର୍ତ୍ତନ ହୋଇଥାଏ। ଏହାର ପ୍ରଭାବ ତ୍ୱଚା ବା ସ୍କିନ୍‌ ଉପରେ ମଧ୍ୟ ପଡ଼ିଥାଏ। ଏହି ସମୟରେ ତ୍ୱଚାର ଚମକ ଓ ନମନୀୟତାକୁ କିପରି ପ୍ରାକୃତିକ ଉପାୟରେ ସୁରକ୍ଷିତ ରଖିପାରିବେ ସେ ନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ୍‌ ଦେବୁ।

୧) ଅଲିଭ ଅଏଲ୍- ଗାଧୋଇବା ପୂର୍ବରୁ ଅଲିଭ ଅଏଲ୍‌କୁ ଟିକେ ଉଷୁମ କରି ମାଲିସ୍‌ କଲେ ତ୍ୱଚାର ସୌନ୍ଦର୍ଯ୍ୟ ବଜାୟ ରହେ।

୨) କ୍ଷୀର ଓ ଲେମ୍ବୁ-  ତ୍ୱଚା ସଫା ରହିବା ସହ ନମନୀୟ ରହିବା ମଧ୍ୟ ଜରୁରୀ। ତେଣୁ ଗାଧୋଇବା ପାଣିରେ ଏକ କପ୍‌ କଞ୍ଚା କ୍ଷୀର ଓ କିଛି ବୁନ୍ଦା ଲେମ୍ବୁ ରସ ପକାନ୍ତୁ।

୩) ଥଣ୍ଡା ପାଣି- ବର୍ଷା ଦିନ ହେଉ କି ଶୀତ ଦିନ, ସବୁବେଳେ ଥଣ୍ଡା ପାଣିରେ ମୁହଁ ଧୋଇବା ଉଚିତ୍‌। ଏହାଦ୍ୱାରା ଆପଣଙ୍କ ଶୁଷ୍କ ଚେହାରାକୁ ନୂଆ ଜୀବନ ମିଳିବ।

୪) ମଶ୍ଚରାଇଜର୍‌- ଗାଧୋଇବା ପରେ ମଶ୍ଚରାଇଜର୍‌ ବ୍ୟବହାର କରନ୍ତୁ। ଏହାଦ୍ୱାରା ତ୍ୱଚାର ନମନୀୟତା ବଜାୟ ରହିବ। ଗାଧୋଇବା ପରେ ମଶ୍ଚରାଇଜର୍‌ ବ୍ୟବହାର କଲେ ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ।

୫) ତେଲ- ମୁହଁ, ବେକ ଓ ଆଖି ଉପରେ ବାଦାମ୍‌ କିମ୍ବା ସୂର୍ଯ୍ୟମୁଖୀ ତେଲ ଲଗାଇ ହାଲକା ଭାବେ ମାଲିସ୍‌ କରନ୍ତୁ। ଏକ ମିନିଟ୍‌ ପରେ ଓଦା ତୁଳାରେ ଏହାକୁ ପୋଛି ଦିଅନ୍ତୁ। ଫଳରେ ମୁହଁରୁ ଅତିରିକ୍ତ ତେଲ ହଟିଯିବ ଓ ଏହା ସଫା ଦେଖାଯିବ।

୬) ସନ୍‌ ସ୍କ୍ରିନ୍‌- ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମିରୁ ରକ୍ଷା ପାଇବା ପାଇଁ ଘରୁ ବାହାରିବା ବେଳେ କୌଣସି ଭଲ କମ୍ପାନୀର ସନ୍‌ସ୍କ୍ରିନ୍‌ ଲଗାନ୍ତୁ।

୭) ଫେସ୍‌ୱାସ୍‌- ଚେହେରାକୁ ସବୁବେଳେ ଫେସ୍‌ୱାସ୍‌ରେ ସଫା କରନ୍ତୁ। ଆପଣ ଚାହିଁଲେ କ୍ଷୀରକୁ ମଧ୍ୟ ଫେସ୍‌ୱାସ୍ ଭାବେ ବ୍ୟବହାର କରିପାରିବେ।

୮) ମହୁ- ତ୍ୱଚାର ମୃତ କୋଷିକାଗୁଡ଼ିକୁ ହଟାଇବା ପାଇଁ ଏକ ଚାମଚ୍‌ ମହୁରେ ଅଧା ଚାମଚ୍‌ ଚନ୍ଦନ  ଓ ଅଧା ଚାମଚ୍‌ ପୋସ୍ତ ମିଶାଇ ଲଗାନ୍ତୁ। ଏହା ମୃତ କୋଷିକାଗୁଡ଼ିକୁ ବାହାର କରି ଦେବ। ଏହାସହ ତ୍ୱଚାକୁ ପୋଷଣ ମଧ୍ୟ ଦେବ।

୯) ବିଟ୍‌ ଜୁସ୍‌- ଓଠର ଗୋଲାପି ରଙ୍ଗକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବିଟ୍‌ ଜୁସ୍‌ ଲଗାନ୍ତୁ। ୫ ମିନିଟ୍‌ ପରେ ଏହାକୁ ଧୋଇ ଦିଅନ୍ତୁ।

୧୦) ଖାଦ୍ୟ- ସନ୍ତୁଳିତ ଆହାର ଖାଆନ୍ତୁ। ତେଲଭାଜି ବା ଜଙ୍କଫୁଡ୍‌ ଖାଇବା ବଦଳରେ ଫଳମୂଳ ଓ ସବୁଜ ପନିପରିବା ଖାଆନ୍ତୁ। ଅଧିକ ମାତ୍ରାରେ ପାଣି ପିଅନ୍ତୁ।

 

 



from OdishaReporter https://ift.tt/2my1fIn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages