ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ମାମଲା: ଧର୍ମେନ୍ଦ୍ରଙ୍କୁ ଟାଣିଲା ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ମାମଲା: ଧର୍ମେନ୍ଦ୍ରଙ୍କୁ ଟାଣିଲା ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର୍‌ ଟିଟୋଙ୍କ ବିଶାଳ ସାମ୍ରାଜ୍ୟ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କେତେବେଳେ ଓଲିଉଡ୍‌ ଲିଙ୍କ୍‌ ତ ଆଉ କେତେବେଳେ ଟେଣ୍ଡରଫିକ୍ସିଂକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏବେ ପେଟ୍ରୋଲ୍‌ ପମ୍ପ୍‌ ମାମଲାରେ ସେ ଛନ୍ଦି ହୋଇପଡ଼ିଥିବା ବେଳେ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛି ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ। ଫଳରେ ଟିଟୋ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଆଜି ଏହି ବିବାଦ ଭିତରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଛି ବିଜେଡି।

ଦିଲ୍ଲୀରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ପ୍ରତାପ ଦେବ କହିଛନ୍ତି-“ପାରାଦୀପ ପୋର୍ଟ ଭିତରେ ଥିବା ପେଟ୍ରୋଲ ପମ୍ପ୍‌ଟି ଗ୍ୟାଙ୍ଗଷ୍ଟର୍‌ ଟିଟୋ ନାଁରେ ରହିଛି। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରେ ଏହା ଜଣାପଡ଼ିଥିଲା। ଏବେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଆଇଓସିଏଲ୍‌ କର୍ତ୍ତୃପକ୍ଷ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ତଦନ୍ତ ପାଇଁ ସୁପାରିସ୍‌ କରିବା କେତେଦୂର ଯୁକ୍ତିଯୁକ୍ତ। ଏହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସରକାରୀ ନିୟମ ଅନୁସାରେ ଏହି ପେଟ୍ରୋଲ ପମ୍ପଟି ଖୋଲାଯାଇଥିଲା। ତାହାହେଲେ ଏହି ପମ୍ପ୍‌ଟିକୁ ଟିଟୋ କେମିତି ହାତେଇଲେ? ଏଥିରୁ ଜଣାପଡ଼ୁଛି ଆଇଓସିଏଲ୍‌ କର୍ମକର୍ତ୍ତାଙ୍କ ସହଯୋଗରେ ଟିଟୋ ପେଟ୍ରୋଲ୍‌ ପମ୍ପ୍‌ଟି ହାତେଇଥିବ। କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇ ପେଟ୍ରୋଲ ପମ୍ପ୍‌ ହାତେଇଥିବା ସନ୍ଦେହ କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟିଟୋକୁ ଦିଆଯାଇଥିବା ପେଟ୍ରୋଲ୍‌ ପମ୍ପ୍‌ରେ ଆବଣ୍ଟନରେ ତ୍ରୁଟି ହୋଇଛି ବୋଲି ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି ଆଇଓସିଏଲ୍‌। ତେବେ ଏଠି ପ୍ରଶ୍ନ ଉଠୁଛି ତ୍ରୁଟି ଅଛି ବୋଲି କେବେ ଜାଣିଲା ଆଇଓସିଏଲ୍‌? ଯଦି କିଛି ତ୍ରୁଟି ଥିଲା, ତାହାହେଲେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି? ତଦନ୍ତ କମିଟି ବସାଇଛନ୍ତି କି? ଯେଉଁ ନିର୍ଦ୍ଦିଷ୍ଟ ଅଧିକାରୀ ସହଯୋଗ କରିଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କି? ନିଜ ମନ୍ତ୍ରଣାଳୟରେ ଏପରି ଘଟଣା ଘଟୁଥିଲେ ମଧ୍ୟ ମନ୍ତ୍ରୀ ଜାଣିଥିଲେ କି ନାହିଁ।”

ସେ ଆହୁରି କହିଛନ୍ତି-“ଓଡ଼ିଶାରେ ପେଟ୍ରୋଲ୍‌ ଓ ଗ୍ୟାସ ସମ୍ପର୍କରେ ଯାହା କିଛି ଘଟେ ସେ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ନିଜେ ବୁଝନ୍ତି। ଏପରିକି ଭୁବନେଶ୍ୱରରେ ପେଟ୍ରୋଲ୍‌ ପମ୍ପ୍‌ ମାଲିକଙ୍କ ସହିତ ବୈଠକ କରନ୍ତି। ଏତେ ସବୁ ପରେ ମଧ୍ୟ ଘଟଣା ସମ୍ପର୍କରେ ମନ୍ତ୍ରୀ କେମିତି ଜାଣିପାରିଲେ ନାହିଁ? ଯଦି ମନ୍ତ୍ରୀ ଜାଣିଥିଲେ, ତାହାହେଲେ ଚୁପ୍‌ ଥିଲେ କାହିଁକି?”

ଏତେସବୁ ପରେ IOCL ସିଜିଏମ୍ ପ୍ରୀତୀଶ ଭରତ କହିଛନ୍ତି, ଟିଟୋକୁ ପେଟ୍ରୋଲ୍‌ ଟାଙ୍କି ଆବଣ୍ଟନ ପ୍ରକ୍ରିୟାରେ କିଛି ତ୍ରୁଟି ଥିଲା। ଏ ନେଇ ପେଟ୍ରୋଲିୟମ ମନ୍ତ୍ରାଳୟକୁ ଅବଗତ କରାଯାଇଥିଲା। ମନ୍ତ୍ରାଳୟ ନିର୍ଦ୍ଦେଶ ଆଧାରରେ ସିବିଆଇ ତଦନ୍ତ ସୁପାରିସ କରାଯାଇଛି। ତେବେ ପେଟ୍ରୋଲ ଟାଙ୍କି ହାତେଇବାରେ ରାଜନେତାଙ୍କ ଲିଙ୍କ୍‌କୁ ଅସ୍ୱୀକାର କରିଛନ୍ତି IOCL ସିଜିଏମ୍।

IOCLର ବ୍ୟତିକ୍ରମ ଥାଇପାରେ କି ପ୍ରଶ୍ନରେ ପ୍ରୀତିଶ ଭରତ କହିଛନ୍ତି ଯେ, IOCLର ବ୍ୟତିକ୍ରମ ଥାଇପାରେ। ତେବେ ତତ୍କାଳୀନ ଅଧିକାରୀ ଆଉ ନାହାନ୍ତି। ବିସ୍ତୃତ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି। ତା’ସହ ତତ୍କାଳୀନ ଜିଲ୍ଲାପାଳଙ୍କ ଆଡ଼କୁ ସିଜିଏମ୍ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ପେଟ୍ରୋଲ ପମ୍ପ ପାଇଁ ଏନ୍ଓସି ଦେବା ଅଧିକାର ଜିଲ୍ଲାପାଳଙ୍କ ଅଛି ବୋଲି କହିଛନ୍ତି ପ୍ରୀତିଶ ଭରତ କହିଛନ୍ତି।

ତେବେ ଏନେଇ ତତ୍କାଳୀନ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନି।



from OdishaReporter https://ift.tt/2Lltk3L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages