ଶେଷ ହୋଇଯିବ କି ଏହି ୱିକେଟ୍‌ କିପର୍‌ଙ୍କ କ୍ରିକେଟ୍‌ କ୍ୟାରିୟର୍, କାର୍ତ୍ତିକ ଓ ରିଷଭ ପନ୍ତଙ୍କ ପାଇଁ ସୁଯୋଗ    - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଶେଷ ହୋଇଯିବ କି ଏହି ୱିକେଟ୍‌ କିପର୍‌ଙ୍କ କ୍ରିକେଟ୍‌ କ୍ୟାରିୟର୍, କାର୍ତ୍ତିକ ଓ ରିଷଭ ପନ୍ତଙ୍କ ପାଇଁ ସୁଯୋଗ   

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଟିମ୍‌ ଇଣ୍ଡିଆ ଟେଷ୍ଟ୍‌ ଟିମ୍‌ର ନିୟମିତ ଖେଳାଳି ରିଦ୍ଧିମାନ ଶାହାଙ୍କ କ୍ରିକେଟ୍‌ କ୍ୟାରିୟର୍‌ ଏବେ ସଙ୍ଗଟରେ। ଆସନ୍ତା ମାସରେ କାନ୍ଧ ଅପରେସନ୍‌ ପାଇଁ ଲଣ୍ଡନ ଗସ୍ତ କରିବେ। ସେ ଏବେ ୨ ମାସ ପର୍ଯ୍ୟନ୍ତ ବେଡ୍‌ ରେଷ୍ଟରେ ରହିବେ। ଆହତ କାରଣରୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିଜିରରୁ ବାଦ୍‌ ଦିଆଯାଇଛି। କୁହାଯାଉଛି ଚଳିତ ବର୍ଷ ଶେଷ ଆଡ଼କୁ ଅଷ୍ଟ୍ରେଲିଆ ଗସ୍ତ ପର୍ଯ୍ୟନ୍ତ ରିଦ୍ଧିମାନ ଶାହା ସମ୍ପୂର୍ଣ୍ଣ ଭାବେ ଠିକ୍‌ ହୋଇନଥିବେ। ଆଇପିଏଲ୍‌ ବେଳେ ରିଦ୍ଧିମାନ ଶାହା ଆହାତ ହୋଇଥିଲେ।

साहा को आईपीएल के दौरान अंगूठे में चोट लगी थी। शुरू में इसे साधारण चोट माना गया था।- फाइल

ଅନ୍ୟପଟେ ରିଦ୍ଧିମାନଙ୍କ ସ୍ଥାନରେ ଦଳରେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିଛି। ପ୍ରଥମ ଥର ପାଇଁ ଟେଷ୍ଟ୍‌ ଟିମ୍‌ରେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିଛି। ଏହାସହ ୱିକେଟ୍ କିପର୍‌ ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ଟିମ୍‌ରେ ସ୍ଥାନ ମିଳିଛି। ଏହି ୫ଟିକିଆ ଟେଷ୍ଟ ସିରିଜ୍‌ରେ ୱିକେଟ୍‌ କିପିଂ ପାଇଁ କାର୍ତ୍ତିକ ଟିମ୍‌ ଇଲେଭେନ୍‌ରେ ସ୍ଥାନ ପାଇବାକୁ ଥିବା ବେଳେ ରିଷଭ ପନ୍ତ ମଧ୍ୟ ଅତି କମରେ ଗୋଟିଏ ମ୍ୟାଚ୍‌ରେ ସୁଯୋଗ ପାଇ ପାରନ୍ତି। ତେଣୁ ଯଦି ଏହି ଦୁଇ ୱିକେଟ୍‌ କିପର୍‌ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣଙ୍କର ପ୍ରଦର୍ଶନ ଭଲ ରୁହେ ତେବେ ସେହି ଖେଳାଳି ଆଗମୀ ଦିନରେ ବାରତୀୟ ଟିମ୍‌ର ନିୟମିତ ୱିକେଟ୍‌ କିପର୍ ହେବେ ଏଥିରେ ସନ୍ଧେହ ନାହିଁ। ରିଦ୍ଧିମାନ ଶାହାଙ୍କ ପୂର୍ବ ରେକର୍ଡକୁ ଯଦି ଲକ୍ଷ୍ୟ କରାଯାଏ ତେବେ ଟେଷ୍ଟରେ ତାଙ୍କ ପ୍ରଦର୍ଶନ ସେତେଟା ଭଲ ନାହିଁ। ଏପରି ପରିସ୍ଥିତିରେ କାର୍ତ୍ତିକ କିମ୍ବା ରିଷଭ ପନ୍ତଙ୍କ ପାଇଁ ଦଳରେ ନିୟମିତ ସଦସ୍ୟ ହେବାକୁ ସୁବର୍ଣ୍ଣ ସୁଯୋଗ ରହିଛି।

Related image



from OdishaReporter https://ift.tt/2NpqqbF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages