ମୋଦିଙ୍କ ଭାଷଣବେଳେ ଭୁଶୁଡ଼ିଲା ଟେଣ୍ଟ୍‌, ୨୦ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ମୋଦିଙ୍କ ଭାଷଣବେଳେ ଭୁଶୁଡ଼ିଲା ଟେଣ୍ଟ୍‌, ୨୦ ଆହତ

pandal

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାରେ ଆୟୋଜିତ ହୋଇଥିବା କୃଷକ ରାଲିରେ ଭାଷଣ ଦେଉଥିବା ସମୟରେ ଟେଣ୍ଟ୍‌ର କିଛି ଅଂଶ ଭାଙ୍ଗିଯାଇଛି। ଏହା ଯୋଗୁ ସେଠାରେ ଉପସ୍ଥିତ ଥିବା ୨୦ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କର କୌଣସି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଆହତ ଲୋକଙ୍କୁ ହସ୍ପିଟାଲ୍‌ ଯାଇ ପ୍ରଧାନମନ୍ତ୍ରୀ ସାକ୍ଷାତ କରିଛନ୍ତି ଏବଂ ସେମାନଙ୍କୁ ସାନ୍ତ୍ୱନା ଦେଇ କହିଛନ୍ତି, “ଚିନ୍ତା କରନ୍ତୁ ନାହିଁ, ଆପଣମାନେ ଠିକ୍‌ ହୋଇଯିବେ।” ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏପରି ଦୁର୍ଘଟଣା ଘଟିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

 



from OdishaReporter https://ift.tt/2miAXcW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages