ଘନ ଜଙ୍ଗଲରେ ୨୨ବର୍ଷ ଧରି କେମିତି ଏକା ରହୁଛନ୍ତି ଏହି ବ୍ୟକ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଘନ ଜଙ୍ଗଲରେ ୨୨ବର୍ଷ ଧରି କେମିତି ଏକା ରହୁଛନ୍ତି ଏହି ବ୍ୟକ୍ତି?

tttt

ନୂଆଦିଲ୍ଲୀ: ବ୍ରାଜିଲ୍‌ର ଏକ ଲୁପ୍ତପ୍ରାୟ ଜନଜାତିର ଜୀବିତ ଥିବା ଜଣେ ଅନ୍ତିମ ବ୍ୟକ୍ତିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ବ୍ୟକ୍ତି ପାଖାପାଖି ୨୨ ବର୍ଷ ହେବ ଘନ ଜଙ୍ଗଲରେ ଏକା ରହୁଛନ୍ତି। ତାଙ୍କର ଅନ୍ୟ ସାଙ୍ଗସାଥୀ ମାନଙ୍କୁ ୧୯୯୦ ଦଶକରେ ହତ୍ୟା କରାଯାଇଥିଲା। ଏହି ବ୍ୟକ୍ତିଙ୍କ ବିଷୟରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିନାହିଁ। କିନ୍ତୁ ତାଙ୍କ ବୟସ ପାଖାପାଖି ୫୦ ହେବ ବୋଲି ଅନୁମାନ କରାଯାଉଛି। ଦୂରରୁ ହିଁ ସରକାର ତାଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ଆବଶ୍ୟକ ବ୍ୟବହାର୍ଯ୍ୟ ଜିନିଷ ଏହି ବ୍ୟକ୍ତିଙ୍କୁ ଦୂରେଇ ଥାଇ ପହଞ୍ଚାଇ ଦିଆଯାଏ।

ଯେତେବେଳେ ଏହି ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରାଯାଇଥିଲା, ସେତେବେଳେ ସାହାଯ୍ୟ କରୁଥିବା ଜଣେ ଲୋକଙ୍କୁ ଏହି ବ୍ୟକ୍ତି ଜଣଙ୍କ ତୀର ମାରି ଆହତ କରି ଦେଇଥିଲେ। ଜଣେ ସୂଚନାଦାତାଙ୍କ କହିବା ଅନୁଯାୟୀ, ଏହି ବ୍ୟକ୍ତି ବାହାର ଲୋକମାନଙ୍କ ସହ ସାକ୍ଷାତ କରିବାକୁ ଚାହୁଁ ନାହାନ୍ତି। ସୂଚନାଦାତା କହିଛନ୍ତି, ବ୍ୟକ୍ତି ଜଣଙ୍କ ପାଖାପାଖି ୨୨ ବର୍ଷ ଧରି ଜଙ୍ଗଲରେ ଏକାକୀ ରହୁଛନ୍ତି। ବ୍ରାଜିଲ୍‌ର ଇଣ୍ଡିଆନ୍‌ ଫାଉଣ୍ଡେସନ୍‌ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ସେହି ବ୍ୟକ୍ତିଙ୍କର ଏକ ଦୁର୍ଲଭ ଫଟୋ କଏଦ ହୋଇଥିଲା। ଦୂରରୁ ନିଆଯାଇଥିବା ଏହି ଫଟୋରେ ବ୍ୟକ୍ତି ଜଣଙ୍କ ଗଛ କାଟୁଥିବା ନଜର ଆସିଥିଲେ। ଶେଷଥର ଏହି ବ୍ୟକ୍ତି ବଞ୍ଚିଥିବାର ପ୍ରମାଣ ମେ’ ମାସରେ ମିଳିଥିଲା।  ଭିଡିଓ ଜାରି କରିବା ପୂର୍ବରୁ ବ୍ୟକ୍ତିଙ୍କର ଏକ ଫଟୋ ୧୯୯୦ରେ ଜଣେ ଭିଡିଓ ବୃତ୍ତଚିତ୍ର ନିର୍ମାତା ନେଇଥିଲେ। ଯେଉଁଥିରେ ବ୍ୟକ୍ତି ଜଣଙ୍କ ଚେହେରା ପତ୍ର ପଛରେ ଲୁଚିଥିବାର ଦେଖିବାକୁ ମିଳିଥିଲା।

ଏବେ ଭାଇରାଲ୍‌ ହୋଇଥିବା ଏହି ବ୍ୟକ୍ତିଙ୍କର ଫୁଟେଜ୍ ୨୦୧୧ ମସିହାରେ ରେକର୍ଡ କରାଯାଇଥିଲା।



from OdishaReporter https://ift.tt/2zZl70N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages