
ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ହେଲ୍ମେଟ୍ ଚେକିଂରୁ ବର୍ତ୍ତିବା ପାଇଁ ସ୍କୁଲ ପାଖରେ ଛିଡ଼ା ହୋଇଥିଲେ। ମାତ୍ର କେତେକ ଲୋକ ପିଲା ଚୋର ଭାବି ତାଙ୍କୁ ବାନ୍ଧି ନିର୍ଧୁମ ଛେଚିଲେ। ଆଜି ଏମିତି ଏକ ଘଟଣା ବାଲେଶ୍ୱର ସହରରେ ଘଟିଛି। ପୁଲିସ ଖବର ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଛନ୍ତି।
ପୂରା ଘଟଣା ଏମିତି। ଲକ୍ଷ୍ମୀନାରାୟଣ ସିଂ ନାମକ ଜଣେ ବ୍ୟକ୍ତି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳରୁ ପରିବା ଆଣି ବାଲେଶ୍ୱର ଟାଉନ୍ ଓ ଆଖପାଖ ଅଞ୍ଚଳରେ ବିକ୍ରି କରନ୍ତି। ସବୁଦିନ ପରି ଆଜି ମଧ୍ୟ ପରିବା ବିକ୍ରି କରିବାକୁ ଆସିଥିଲେ। ତେବେ ରାସ୍ତାରେ ହେଲ୍ମେଟ୍ ଚେକିଂ ହେଉଥିବା ଜାଣି ଡହପଡ଼ା ହାଇସ୍କୁଲ ନିକଟରେ ଅଟକିଥିଲେ। ଏହି ସମୟରେ କିଛି ଲୋକ ପିଲା ଚୋର ଭାବି ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏପରିକି ସ୍କୁଲ ପରିସରରେ ଏକ ଖୁଣ୍ଟରେ ବାନ୍ଧି ପକାଇଥିଲେ। ଏ ସମ୍ପର୍କରେ ସହଦେବଖୁଣ୍ଟା ପୁଲିସ୍ ଜାଣିପାରି ତାଙ୍କୁ ଉଦ୍ଧାର କରି ଥାନାକୁ ଆଣି ପଚରାଉଚରା କରିଥିଲା। ସେ ଜଣେ ପରିବା ବେପାରୀ ବୋଲି ଜଣାପଡ଼ିବା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।
from OdishaReporter https://ift.tt/2JMDWni
No comments:
Post a Comment