ସାଇକେଲରେ ଘରକୁ ଫେରୁଥିଲେ, ଧକ୍କା ଦେଲା ଅଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ସାଇକେଲରେ ଘରକୁ ଫେରୁଥିଲେ, ଧକ୍କା ଦେଲା ଅଟୋ

ପାଲଲହଡ଼ା (ରବି ନାରାୟଣ ପ୍ରଧାନ): କିଛି ଦିନ ତଳେ ଭଦ୍ରକରେ ଟ୍ରକ୍‌ ଧକ୍କାରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ମନରୁ ଲିଭିନଥିବା ବେଳେ ଆଜି ପୁଣି ଗୋଟିଏ ଦୁର୍ଘଟଣା ଘଟିଛି। ଏଥର ଅନୁଗୋଳ ଜିଲ୍ଲା ଗୁରୁଜାଙ୍ଗ-ଉଦୟପୁର ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫଳରେ ୪ ଜଣ ଛାତ୍ରୀ ଆହତ ହୋଇଛନ୍ତି।

ଉଦୟପୁର ଗାଁର ବର୍ଷା ନାଏକ, ପୁଷ୍ପା ନାଏକ, ଅମ୍ୱିକା ବେଳେରା ଓ ସୁରଭି ବେହେରା ଗୁରୁଜାଙ୍ଗ ପବିତ୍ର ମୋହନ ହାଇସ୍କୁଲରେ ୯ମ ଶ୍ରେଣୀରେ ପଢ଼ନ୍ତି। ସବୁଦିନ ପରେ ଆଜି ମଧ୍ୟ ସ୍କୁଲ ଯାଇଥିଲେ। ସ୍କୁଲ ଛୁଟି ପରେ ସେମାନେ ସାଇକେଲ୍‌ରେ ଘରକୁ ଫେରୁଥିଲେ। ଗୁରୁଜାଙ୍ଗ-ଉଦୟପୁର ରାସ୍ତାରେ ସେମାନଙ୍କୁ ଏକ ଅଟୋ ଧକ୍କା ଦେଇଥିଲା। ଫଳରେ ସେମାନେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ପାଲଲହଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଅଟୋ ଚାଳକ ଫେରାର ହୋଇଯାଇଛି।



from OdishaReporter https://ift.tt/2LtAHpN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages