ଏମିତି ଚାଲିଛି ରୋଗୀ ସେବା: ୩ ମାସ ହେଲାଣି ଡାକ୍ତରଖାନାରେ ଡାକ୍ତରଙ୍କ ପାଦ ପଡ଼ିନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଏମିତି ଚାଲିଛି ରୋଗୀ ସେବା: ୩ ମାସ ହେଲାଣି ଡାକ୍ତରଖାନାରେ ଡାକ୍ତରଙ୍କ ପାଦ ପଡ଼ିନି

ରାୟଗଡ଼ା(ମନୋଜ ପାତ୍ର): ଡାକ୍ତରଖାନା ଆଗରେ ରୋଗୀ ଏପାଖ ସେପାଖ ହେଉଛନ୍ତି। କିଏ ଜ୍ୱରରେ କମ୍ପୁଛି, ତ ଆଉ କିଏ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି। ହେଲେ ଡାକ୍ତରବାବୁଙ୍କ ଦେଖା ନାହିଁ। ଏମିତିକି ଦିନ ୧୦ଟା ବାଜିଲାଣି, ଡାକ୍ତରଖାନା ଗେଟ୍‌ରେ ଝୁଲୁଛି ତାଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୁର୍ଲି ପଞ୍ଚାୟତର ଖମ୍ବେସି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ।

ଗୋଟିଏ ଦିନ ଦୁଇ ନୁହେଁ, ଦୀର୍ଘ ତିନି ମାସ ହେଲାଣି ଡାକ୍ତରଖାନାରେ ଡାକ୍ତରଙ୍କ ପାଦ ପଡ଼ି ନାହିଁ। ଏମିତି କି ଦିନ ୧୦ଟା ଯାଏ ବି ଖୋଲୁନି ଡାକ୍ତରଖାନା। ଫଳରେ ରୋଗୀ ଉତ୍ତମ ଚିକିତ୍ସା ପାଇବା ବଦଳରେ ହନ୍ତସନ୍ତ ହେଉଛନ୍ତି। ତେବେ ମାସ ମାସ ଧରି ଡାକ୍ତର ଆସୁନଥିବାରୁ ଫାର୍ମାସିଷ୍ଟଙ୍କ ହାତରେ ଚାଲୁଛି ଡାକ୍ତରଖାନା। ରୋଗୀଙ୍କ ପାଇଁ ଏଠାରେ ଫାର୍ମାସିଷ୍ଟ  ହିଁ ସାହା ଭରସା। ସେ ହିଁ ରୋଗୀ ଚିକିତ୍ସା କରନ୍ତି। ହେଲେ ଅନେକ ସମୟରେ ଡାକ୍ତରଙ୍କୁ ଅପେକ୍ଷା କରି ରୋଗୀ ନିରାଶ ହୋଇ ବିଷମକଟକ କିମ୍ବା ଚାଟିକୋଣା ଯାଉଥିବା ଲୋକେ କହିଛନ୍ତି। ଅନ୍ୟପକ୍ଷରେ ଖମ୍ବେସି ଡାକ୍ତରଖାନାର ଡାକ୍ତର ବିକାଶ ଚନ୍ଦ୍ର ପଣ୍ଡା ଏବେ ବିଷମକଟକ ଡାକ୍ତରଖାନାରେ ଇନ୍‌ଚାର୍ଜ ଭାବେ କାର୍ଯ୍ୟ ତୁଲାଉଥିବା ଜଣାପଡ଼ିଛି।

ଜଣେ ରୋଗୀଙ୍କ ସମ୍ପର୍କୀୟ ଜସ୍ମିନ୍‌ ଟାକ୍ରୀ କହିଛନ୍ତି,’‘ସକାଳ ୭ଟାରେ ଡାକ୍ତରଖାନା ଖୋଲିବ ବୋଲି କାନ୍ଥରେ ଲେଖାଯାଇଛି। ହେଲେ ଦିନ ୧୦ଟା ବାଜିଲାଣି, ଅଥଚ ଡାକ୍ତରଖାନା ଖୋଲା ଯାଇ ନାହିଁ। ତେଣୁ ରୋଗୀମାନେ ଅପେକ୍ଷା କରି ବସିଛନ୍ତି।”

ଡାକ୍ତର ବିକାଶ ଚନ୍ଦ୍ର ପଣ୍ଡା କହିଛନ୍ତି,“ ଖମ୍ୱେସୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କେହି ଡାକ୍ତର ନାହାନ୍ତି। ଡାକ୍ତର ହିସାବରେ ମୋତେ ସେଠାରେ  ପୋଷ୍ଟିଂ କରାଯାଇଛି। ମୁଁ ଏବେ ଡେପୁଟେସ୍‌ନ୍‌ରେ ବିଷମକଟକ ଡାକ୍ତରଖାନାରେ ଇନ୍‌ଚାର୍ଜ ଭାବେ କାମ କରୁଛି। ତେବେ ଡାକ୍ତରଙ୍କ ଅନୁପସ୍ଥିତିରେ ସେଠାରେ ଫାର୍ମାସିଷ୍ଟଙ୍କୁ ଦାୟିତ୍ୱ ଦିଆଯାଇଛି।”

ରାୟଗଡ଼ା ସିଡିଏମଓ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାଶ କହିଛନ୍ତି,“ ଖମ୍ବେସୀ ଡାକ୍ତରଖାନାର ଡାକ୍ତର ବିକାଶ ଚନ୍ଦ୍ର ପଣ୍ଡା ଏବେ ବିଷମକଟକରେ କାମ କରୁଛନ୍ତି। ତେବେ ଏହା ସିଙ୍ଗଲ୍‌ ଡାକ୍ତର ପୋଷ୍ଟ ହୋଇଥିବାରୁ ଫାର୍ମାସିଷ୍ଟ କାର୍ଯ୍ୟ ତୁଲାଉଛନ୍ତି। ଯେଉଁଠି ସିଙ୍ଗଲ୍‌ ଡାକ୍ତର ଥାଆନ୍ତି ସେଠାରେ, ଡାକ୍ତର ଛୁଟିରେ ଥିଲେ ଫାର୍ମାସିଷ୍ଟ ତାଙ୍କ ଦାୟିତ୍ୱ ତୁଲାଇଥାନ୍ତି। ଏବେ ଡାକ୍ତର ପଣ୍ଡା ବିଷମ କଟକରେ କାର୍ଯ୍ୟ କରୁଥିବାରୁ ସେଥିପାଇଁ ଖମ୍ୱେସ୍ୱରୀ ଡାକ୍ତରଖାନା ଫାଙ୍କା ପଡ଼ିଛି।”



from OdishaReporter https://ift.tt/2AccMac

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages