
ଭୁୁବନେଶ୍ୱର : ପୁରୀର ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ଓ ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେବେ । ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ଓଡ଼ିଆ ଭାଷା, ସାହିତ୍ୟ , ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶାର କଳା,ସଂସ୍କୃତି ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ରକ୍ଷଣାବେକ୍ଷଣ ଓ ପ୍ରଚାର ପ୍ରସାର ନିମନ୍ତେ ଏକ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି । ତେଣୁ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ସେହିପରି ରାଜ୍ୟରେ ଥିବା ସମସ୍ତ ପବ୍ଲିକ୍ ଲାଇବ୍ରେରୀର ସୁପରିଚାଳନା ପାଇଁ ଏକ ପୃଥକ୍ ଲାଇବ୍ରେରୀ ନିର୍ଦ୍ଦେଶକ ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ହୋଇଛି । ଏହାଦ୍ଵାରା ସଂସ୍କୃତି ବିଭାଗ ଓ ବିଭିନ୍ନ ପୌର ପରିଷଦ ଅଧୀନରେ ଥିବା ଲାଇବ୍ରେରୀକୁ ସୁଚାରୂ ରୂପେ ପରିଚାଳନା ସମ୍ଭବପର ହେବ । ସେହିପରି ବିଜୁ ପଟ୍ଟନାୟକଙ୍କ ବାସଘର କଟକର ଆନନ୍ଦଭବନର ଉନ୍ନତି ପାଇଁ ରାଜ୍ୟ ସରକାର ଏକ କର୍ପସ ପାଣ୍ଠି ଗଠନ କରିବେ । ଆନନ୍ଦଭବନ ସଂଗ୍ରହାଳୟକୁ ରାଷ୍ଟ୍ରପତି ଉଦଘାଟନ କରିଥିଲେ । ଏବେ ଉକ୍ତ ଆନନ୍ଦ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରର ସୁପରିଚାଳନା ପାଇଁ ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ଟ୍ରଷ୍ଟ/ ନ୍ୟାସ ଗଠନ କରିବାକୁ ନିଷ୍ପତ୍ତି ହୋଇଛି ।
from OdishaReporter https://ift.tt/2vc31CO
No comments:
Post a Comment