
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଫିଫା ବିଶ୍ୱକପ୍ ଫାଇନାଲ୍ରେ ପହଞ୍ଚିଯାଇଛି କ୍ରୋଏସିଆ। ଦ୍ୱିତୀୟ ଦଳ ଭାବେ ଏହା ଫାଇନାଲ୍ରେ ପ୍ରବେଶ କରିଛି। ପ୍ରଥମ ଦଳ ଭାବେ ଫ୍ରାନ୍ସ ଫାଇନାଲ୍ରେ ପହଞ୍ଚିଥିଲା। ଏହି ଦୁଇ ଟିମ୍ ମଧ୍ୟରେ ରବିବାର ଦିନ ଫାଇନାଲ୍ ମ୍ୟାଚ୍ ଖେଳା ଯିବ।
ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍ରେ କ୍ରୋଏସିଆ ୨-୧ ଗୋଲ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ୬୭ ମିନିଟ୍ ଧରି ପଛୁଆ ରହିବା ପରେ କ୍ରୋଏସିଆ ମ୍ୟାଚ୍କୁ ୧-୧ରେ ଶେଷ କରିଥିଲା। ତେବେ ଅତିରିକ୍ତ ସମୟରେ ଦଳ ବାଜି ମାରି ନେଇଥିଲା। ୧୦୯ ମିନିଟ୍ରେ ମାରିଓ ମଣ୍ଡଜୋକିକ୍ଙ୍କ ଗୋଲ୍ ବଳରେ ଦଳ ଇଂଲଣ୍ଡକୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ୱକପ୍ ଫାଇନାଲ୍ରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ଇଂଲଣ୍ଡର ଦ୍ୱିତୀୟ ଥର ବିଶ୍ୱକପ୍ ଜିତିବା ସ୍ୱପ୍ନ ଭାଙ୍ଗି ଚୂରମାର ହୋଇଯାଇଛି। ୧୯୬୬ରେ ଇଂଲଣ୍ଡ ବିଶ୍ୱ ବିଜୟୀ ହୋଇଥିଲା।
ପ୍ରଥମ ସେମି ଫାଇନାଲ୍ରେ ବେଲ୍ଜିୟମ୍କୁ ୧-୦ ଗୋଲ୍ରେ ପରାସ୍ତ କରିଥିଲା ଫ୍ରାନ୍ସ। ଏହା ସହିତ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ଜିତିବାକୁ ଦଳ ସୁଯୋଗ ପାଇଛି। ଏହା ପୂର୍ବରୁ ୧୯୯୮ ମସିହାରେ ଫ୍ରାନ୍ସ ବିଶ୍ୱ ବିଜୟୀ ହୋଇଥିଲା।
from OdishaReporter https://ift.tt/2N6HYZS
No comments:
Post a Comment