ଯୋଗ ବଞ୍ଚାଇ ଦେଲା ଜୀବନ: ପଢ଼ନ୍ତୁ ଗୁମ୍ଫାରୁ ଉଦ୍ଧାର ହୋଇଥିବା ଖେଳାଳିଙ୍କ ଲୋମଟାଙ୍କୁରା ଅନୁଭୂତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ଯୋଗ ବଞ୍ଚାଇ ଦେଲା ଜୀବନ: ପଢ଼ନ୍ତୁ ଗୁମ୍ଫାରୁ ଉଦ୍ଧାର ହୋଇଥିବା ଖେଳାଳିଙ୍କ ଲୋମଟାଙ୍କୁରା ଅନୁଭୂତି

ନୂଆଦିଲ୍ଲୀ: ପାଖେ ପାଖେ ଘେରି ରହିଥିଲା ମୃତ୍ୟୁ। ଘଡ଼ିକି ଘଡ଼ି ଡରାଉ ଥିଲା। ଯେମିତି କେଉଁ ମୁହୂର୍ତ୍ତରେ ଜୀବନର ସୁତା ଖିଅଟିକୁ କେଉଁ ମୂହୂର୍ତ୍ତରେ ଛଡ଼େଇ ନେବ । କିନ୍ତୁ ତଥାପି ସେମାନେ  ଭାଙ୍ଗି ପଡ଼ି ନଥିଲେ କି ଭୟଭୀତ ହୋଇ ନଥିଲେ। ଅଖିଆ ଅପିଆ ଥାଇ ସୁଦ୍ଧା  ଧର୍ଯ୍ୟହରାଇ ନ ଥିଲେ କି ହୋଇ ଯାଇ ନଥିଲେ କି ଅସହାୟ ବୋଧ କରି ନଥିଲେ। ହୋଇ ପଡ଼ିନଥିଲେ। ବରଂ ଏମିତି ଏକ କଠିନ ସମୟରେ ମନକୁ ଦୃଢ କରି ବଞ୍ଚିବାର ବାଟ ଖୋଜିଥିଲେ ସେମାନେ। ଜୀବନ ଓ ମୃତ୍ୟୁର ଦୋଛକିରେ ପଡ଼ିଥିବା ବେଳେ  ଯୋଗ ହିଁ ସେମାନଙ୍କ ପାଇଁ ପାଲଟିଥିଲା ଅଶାର ଆଲୋକ ବର୍ତ୍ତିକା। ଆଉ ଏହି ଯୋଗ ବଳରେ ହିଁ ସେମାନେ ହାସଲ କରିଥିଲେ ଭୋକ ଓ ଶୋଷ ପରେ ବିଜୟ।

ଏହା ହେଉଛି ଥାଇଲ୍ୟାଣ୍ଡର ୧୨ ଜଣ କିଶୋର ଫୁଟବଲ ଖେଳାଳି ଓ କୋଚଙ୍କ ଅଙ୍ଗେ ନିଭା ଲୋମଟାଙ୍କୁରା କାହାଣୀ। ଥାଇଲ୍ୟାଣ୍ଡର ଲୁଆଙ୍ଗ ଗୁମ୍ଫାରେ ଫସିରହିଥିବା  ସମସ୍ତଙ୍କ ୧୨ ଜଣ  କିଶୋର ଫୁଟବଲ ଖେଳାଳି  ଏବଂ  କୋଚ୍‌ ଉଦ୍ଧାର ପରେ ଏମିତି ଦେହଥର ଅନୁଭୂତି ବଖାଣିଛନ୍ତି। ମୃତ୍ୟକୁ ମାତ ଦେଇ ଫେରିଥିବା ଏହି ଖେଳାଳିମାନେ ଗୁମ୍ଫା ଭିତରେ ବିତାଇ ଥିବା  ସଂଘର୍ଷମୟ ଜୀବନର କଥା କହିଛନ୍ତି। ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏପିକୁ ପ୍ରତିକ୍ରିୟା ଉଦ୍ଧାର  ହୋଇଥିବା ଜଣେ ବାଳକର ମା କହିଛନ୍ତି ଯେ, ପିଲାଙ୍କ ପାଖରେ ଖାଇବା ପାଇଁ କିଛି ନଥିଲା। ତଥାପି ୧୮ ଦିନ ଧରି ଗୁମ୍ଫା ଭିତରେ ରହି  ମୃତ୍ୟୁ ସହ ଯୁଝିଥିଲେ। ଭୋକ ଓ ଶୋଷ ସେମାନଙ୍କୁ ଅସହାୟ କରିଦେଇଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ସେମାନେ ଧ୍ୟାନ ଯୋଗ କରିଥିଲେ। ଖାଲିସେତିକି ନୁହେଁ  ଗୁମ୍ଫା ଭିତରେ ବନ୍ୟାଜଳ ପଶି ସେମାନଙ୍କ ଦୁଃଖ ଯନ୍ତ୍ରଣାକୁ ଦ୍ୱଗୁଣିତ କରିଦେଇ ଥିଲା। ତେବେ ସାଙ୍ଗରେ ଥିବା ଫୁଟବଲ କୋଚ୍ ଏକ୍‌ପାଓଲ ଚାଣ୍ଟାୱଙ୍ଗ୍‌ ଖେଳାଳିଙ୍କୁ ସାହସ ଦେଇଥିଲେ। କହିଥିଲେ ଭାଙ୍ଗି ନପଡ଼ି ଧ୍ୟାନ ଯୋଗ କର।  ଆଉ ଏହି ଯୋଗ ହିଁ ସେମାନଙ୍କୁ ଶକ୍ତି ଯୋଗାଇ ଥିଲା। ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ କୋଚ୍‌ ଜଣକ  ଛାତ୍ର ଜୀବନରେ ୧୦ ବର୍ଷ ଧରି ସନ୍ଥ ହେବାର ଯୋଗସାଦନା କରିଥିଲେ। ଯେଉଁ ଅଭିଜ୍ଞତା ଏମିତି ଏକ ବିପଦପୂର୍ଣ୍ଣ ସମୟରେ ସହାୟକ ହୋଇପାରିଲା ।

ସୂଚନା ଯୋଗ୍ୟ ଯେ, ଗତ ୨୩ ତାରିଖରେ ଉତ୍ତର ଥାଇଲ୍ୟାଣ୍ଡର ୧୨ ଜଣ କିଶୋର ଫୁଟବଲ ଖେଳାଳି ସେମାନଙ୍କ କୋଚ୍‌ଙ୍କ ସହ ଉତ୍ସୁକତାର ସହ ଗୁମ୍ଫାରେ ପଶିଥିଲେ। ତେବେ ପ୍ରବଳ ବର୍ଷାରେ ଗୁମ୍ଫାରେ ପାଣି ପଶିଯିବାରୁ ଏହି ଖେଳାଳିମାନେ ବାଟ ଭୁଲି ତା ଭିତରେ ଫସି ଯାଇଥିଲେ। ପରେ ଏମାନଙ୍କୁ ବହୁ ଖୋଜା ଖୋଜି କରି ଏକ ବ୍ରିଟିଶ ବିଶେଷଜ୍ଞ ଟିମ୍ ଏହି ଗୁମ୍ଫାରୁ ସେମାନଙ୍କୁ ଠାବ କରିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇ ପାରିଲା । ଦୀର୍ଘ ୧୮ ଦିନ ଧରି ଫସି ରହିଥିଲେ ଏହି ଖେଳାଳି ଓ କୋଚ୍‌ । ତେବେ ଗୁମ୍ଫାରେ ଫସିଥିବା ସମସ୍ତ ୧୩ ଜଣ ବିପଦମୁକ୍ତ ଭାବେ ଉଦ୍ଧାର ହୋଇଥିବା ବେଳେ ଜଣେ ଉଦ୍ଧାରକାରୀଙ୍କ ମୃତ୍ୟୁ ଘଟିଥିଲା।



from OdishaReporter https://ift.tt/2JfFbeC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages