ରଥର ନାଁ ‘ତାଳଧ୍ୱଜ’ କ’ଣ ପାଇଁ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ରଥର ନାଁ ‘ତାଳଧ୍ୱଜ’ କ’ଣ ପାଇଁ ?

taladwajha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଡ଼ଠାକୁର ବଳଭଦ୍ରଙ୍କ ରଥର ନାଁ ହେଉଛି ‘ତାଳଧ୍ୱଜ’। ଏପରି ନାମକରଣ ପଛରେ ୨ଟି କଥା ଶୁଣିବାକୁ ମିଳେ। କିଛି ଗବେଷକଙ୍କ ମତରେ ‘ତାଳ’ ଯୁକ୍ତ ‘ଧ୍ୱଜ’, ଅର୍ଥାତ୍‌ ଧ୍ୱଜାରେ ତାଳ ବା ଦର୍ପଣର ଚିହ୍ନ ରହିଥିବାରୁ ଏହାକୁ ତାଳଧ୍ୱଜ କୁହାଯାଏ। ଅନେକ ଗବେଷକ ଏହାର ସମର୍ଥନରେ ଯୁକ୍ତି ବାଢୁଥିଲେ ମଧ୍ୟ ରଥ ନିର୍ମାଣକାରୀ ଦରଜି ସେବକ ରଥ ଧ୍ୱଜାରେ ସେଭଳି କୌଣସି ଛବି ରହୁଥିବା କଥାକୁ ଅସ୍ୱୀକାର କରନ୍ତି। ମହାପ୍ରଭୁ ବଳଭଦ୍ର ଏକ ଦର୍ପଣରେ ସମଗ୍ର ସଂସାରକୁ ଦେଖନ୍ତି ବୋଲି ଶାସ୍ତ୍ର କହୁଥିବାରୁ ଏହା ଗ୍ରହଣ କରାଯାଇପାରେ। ନାମକରଣର ଦ୍ୱିତୀୟ କଥାଟି ପ୍ରଣିଧାନଯୋଗ୍ୟ ମନେହୁଏ। ଦେବତାମାନେ ଏହି ରଥକୁ ବଳଭଦ୍ରଙ୍କୁ ତାଳବଣରେ ପ୍ରଦାନ କରିଥିବାରୁ ଏହାର ନାମକରଣ ଏପରି ହୋଇଛି।

ରଥ ବିବରଣୀ-

ଏହି ରଥର ଉଚ୍ଚତା ୩୨ ହାତ ୧୦ ଆଙ୍ଗୁଳି। କାଠ ସଂଖ୍ୟା- ୭୬୩, ଚକ ସଂଖ୍ୟା-୧୪। ରଥାବରଣ ନୀଳ-ଲୋହିତ। ରଥ ରକ୍ଷକ ବାସୁଦେବ, ଆୟୁଧ ହଳ। ରଥର ୪ କଳା ଅଶ୍ୱ ବା ଘୋଡ଼ା ହେଉଛନ୍ତି ତୀବ୍ର, ଘୋର, ଦୀର୍ଘଶ୍ରମ ଓ ସ୍ୱର୍ଣ୍ଣନାଭ। ସାରଥୀ ହେଉଛନ୍ତି ମାତଳି।  ରଥ ଦଉଡ଼ି ଅନନ୍ତ ନାଗ, ରଥ ପତାକାର ନାଁ ହେଉଛି ଉନ୍ନନୀ।



from OdishaReporter https://ift.tt/2LcOVuY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages