
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପ୍ରେ ଆଜି ଫାଇନାଲ୍ ଯୁଦ୍ଧ। ମୁହାଁମୁହଁ ହେବେ ଦୁଇ ୟୁରୋପୀୟ ଦେଶ ଫ୍ରାନ୍ସ ଓ କ୍ରୋଏସିଆ। ଫ୍ରାନ୍ସ ଦ୍ୱିତୀୟ ଥର ବିଶ୍ୱ ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ କ୍ରୋଏସିଆ ପ୍ରଥମ ବଶ୍ୱକପ୍ ଫାଇନାଲ୍ ପଦାର୍ପଣକୁ ଇତିହାସରେ ପରିଣତ କରିବାକୁ ସବୁ ବଳ ଖଟାଇ ଦେବ।
୨୦ ବର୍ଷ ତଳେ ୧୯୯୮ ବିଶ୍ୱକପ୍ ସେମି ଫାଇନାଲ୍ରେ ଫ୍ରାନ୍ସ ଓ କୋଏସିଆ ମୁହାଁମୁହିଁ ହୋଇଥିଲେ। ଏଥିରେ ଫ୍ରାନ୍ସ ୨-୧ରେ କ୍ରୋଏସିଆକୁ ପରାସ୍ତ କରିଥିଲା। ତେଣୁ ଆଜି ସେହି ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ କ୍ରୋଏସିଆ। ୧୯୯୮ରେ ଫ୍ରାନ୍ସ ବିଶ୍ୱ ବିଜୟୀ ହୋଇଥିଲା।
ଚଳିତ ବିଶ୍ୱକପ୍ରେ ଉଭୟ ଦଳର ପ୍ରଦର୍ଶନ ବେଶ୍ ସନ୍ତୁଳିତ ରହିଛି। ଫ୍ରାନ୍ସ ପାଖରେ ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ ଯୁବ ଦଳ ଥିବାବେଳେ କ୍ରୋଏସିଆ ଏକାଗ୍ରତାର ପ୍ରମାଣ ଦେଇ ସମସ୍ତଙ୍କୁ ଚକିତ କରିଛି।
ସେମି ଫାଇନାଲ୍ରେ କ୍ରୋଏସିଆ ୨-୧ ଗୋଲ୍ରେ ଇଂଲଣ୍ଡକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି। ସେହିପରି ଫ୍ରାନ୍ସ ୧-୦ରେ ବେଲ୍ଜିୟମ୍କୁ ପରାସ୍ତ କରି ଫାଇନାଲ୍ରେ ପାଦ ଥାପିଛି।
ଅନ୍ୟପକ୍ଷରେ ଗତକାଲି ଏକ ମ୍ୟାଚ୍ରେ ଇଂଲଣ୍ଡକୁ ହରାଇ ତୃତୀୟ ସ୍ଥାନ ଅଧିକାର କରିଛି ବେଲ୍ଜିୟମ୍। ଗତକାଲି ତୃତୀୟ ଓ ଚତୁର୍ଥ ସ୍ଥାନ ଲାଗି ଅନୁଷ୍ଠିତ ମ୍ୟାଚ୍ରେ ବେଲ୍ଜିୟମ୍ ୨-୦ ଗୋଲ୍ରେ ଇଂଲଣ୍ଡକୁ ହରାଇ ଥିଲା। ଏହାସହ ବେଲ୍ଜିୟମ୍ ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ତୃତୀୟ ସ୍ଥାନ ହାସଲ କରିଛି।
from OdishaReporter https://ift.tt/2zGn5mz
No comments:
Post a Comment