ସରକାରଙ୍କ ପୋଲ୍‌ ଖୋଲିଲେ ମନ୍ତ୍ରୀ ଓ ସାଂସଦ: ସ୍ମାର୍ଟସିଟିର ଭବିଷ୍ୟତ କ’ଣ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ସରକାରଙ୍କ ପୋଲ୍‌ ଖୋଲିଲେ ମନ୍ତ୍ରୀ ଓ ସାଂସଦ: ସ୍ମାର୍ଟସିଟିର ଭବିଷ୍ୟତ କ’ଣ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାତ୍ର କିଛି ଘଣ୍ଚାର ବର୍ଷା ପରେ ରାଜଧାନୀରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ପଦାରେ ପକାଇଛି ସରକାରଙ୍କ ସ୍ମାର୍ଟ ଚେହେରାକୁ। ସହରର ଗଳିକନ୍ଦିରେ ଘରେ ଘରେ ପଶିଥିବା ପାଣି ପ୍ରମାଣିତ କରିଦେଲା ସ୍ମାର୍ଟସିଟିର ପ୍ଲାନିଂରେ ଫେଲ୍ ହୋଇଛି ପୁରା ପ୍ରଶାସନ। ଖୋଦ୍ ଶାସକ ଦଳର ମନ୍ତ୍ରୀ ଓ ସାଂସଦ ସରକାରଙ୍କ ପୋଲ୍ ଖୋଲିବା ପରେ ଏବେ ପ୍ରଶ୍ନ ପ୍ରାକୃତିକ ନାଳ ଅବରୋଧ ପାଇଁ ଦାୟୀ କିଏ ?  ଜଳ ନିଷ୍କାସନର ବାଟକୁ ଅବରୋଧ କରିଥିବା ବିଲ୍ଡର ଓ ଲୋକଙ୍କୁ ସରକାରଙ୍କ ସର୍ବକ୍ଷମା ଆଶୀର୍ବାଦ କେଉଁ ଆଡ଼କୁ ଟାଣି ନେଉଛି ସ୍ମାର୍ଟସିଟି ଭୁବନେଶ୍ୱରର ଭବିଷ୍ୟତକୁ ?

bbsrରାଜଧାନୀରେ କୃତ୍ରିମ ବନ୍ୟା। ଘରେ ପଶିଛି ପାଣି। ରାସ୍ତାରେ ଭାସୁଛି ଗାଡ଼ି। ସହରରେ ଯେଉଁଠି କେବେ ବି ପାଣି ପଶି ନଥିଲା ସେଠି ଏଥର ଲୋକେ ଦେଖିଛନ୍ତି ରାଜଧାନୀ ବେହାଲ ହେବାର ଚିତ୍ର। ଏହି ପାଣି ପଦାରେ ପକାଇଛି ପ୍ରଶାସନର ପାରିବା ପଣିଆକୁ। ପ୍ରାକୃତିକ ନାଳର ଅବରୋଧର ପରିଣାମ ଯେ ଯେ କେତେ ସାଂଘାତିକ ହୋଇପାରେ ତାହା ଏବେ ପଦାକୁ ଆସିଛି।

bbsrବିଡିଏ ମ୍ୟାପ୍‌ କହୁଛି ଗଜପତି ନଗର ଦେଇ ଯାଇଥିବା ପ୍ରାକୃତିକ ନାଳର ଓସାର ହେଉଛି ୯ ମିଟର। ନାଳର ଉତ୍ପତ୍ତି ସ୍ଥଳ ଠିକ୍ ଅଛି କିନ୍ତୁ ଆଗକୁ ନାଳର ତଣ୍ଟି ମୋଡି ଦେଇଛନ୍ତି ପ୍ରଭାବଶାଳୀ ଲୋକ। ନାଳକୁ ଅବରୋଧ କରି ବିଲ୍‌ଡର ତୋଳିଛନ୍ତି ଉଚ୍ଚା ଉଚ୍ଚା ଆପାର୍ଟମେଣ୍ଟ। କେଉଁଠି ଏହା ୨ ଫୁଟରେ ସୀମିତ ଅଛି ତ କେଉଁଠି ଦୁଇ ପଟେ ପାଚେରୀ। ନାଳର ସତ୍ତା ହଜି ଯାଇଛି। ଯେଉଁଥିପାଇଁ ପାଚେରୀ ଭାଙ୍ଗି ବର୍ଷା ପାଣି ମାଡ଼ିଯାଇଥିଲା କଲୋନୀ ଭିତରକୁ। କେବଳ ଗଜପତି ନଗର ନୁହେଁ ସମାନ ଅବସ୍ଥା ସୃଷ୍ଟି ହୋଇଥିଲା ପ୍ରାକୃତିକ ନାଳ ଯାଇଥିବା ଆଚାର୍ଯ୍ୟ ବିହାର, ଇସ୍କନ ମନ୍ଦିର ପାଖ, ପୋଖରୀପୁଟ, ଜାଗମରା, ବାଣୀବିହାର ପରି ପ୍ରାୟ ରାଜଧାନୀ ସବୁ ପ୍ରମୁଖ ଅଞ୍ଚଳରେ।

bbsrଇସ୍କନ ମନ୍ଦିର ସାମନା ଜଳ ନିଷ୍କାସନକୁ ନେଇ ପୂର୍ବରୁ ବିଜେପି-ବିଜେଡି ମୁହାଁମୁହିଁ ହୋଇଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରି ଚିଠି ବି ଲେଖିଥିଲେ। ଏବେ କିନ୍ତୁ ସହରର ସବୁ ସ୍ଥାନରେ ଜଳ ନିଷ୍କାସନ ସମସ୍ୟା ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଛି।

ଏଣେ ନାଳ ଅବରୋଧ ନେଇ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ କଥାକୁ ସମର୍ଥନ କରିଛନ୍ତି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।

ଗତକାଲି ଅଶୋକ କହିଥିଲେ- “ଏମିତି ପଦାଧିକାରୀ ଅଛନ୍ତି, ଯେଉଁମାନେ ଡ୍ରେନ୍‌ କରାଇ ଦେଉନାହାନ୍ତି। ଏପ୍ରକାର ପରିସ୍ଥିତି ପାଇଁ ସେମାନଙ୍କ ଭୂମିକା ରହିଛି।”

bbsrମନ୍ତ୍ରୀ ପଣ୍ଡାଙ୍କୁ ସମର୍ଥନ କରିଛନ୍ତି ସାଂସଦ ପାଟ୍ଟଶାଣୀ। ସେ କହିଛନ୍ତି- “ମନ୍ତ୍ରୀ କିଛି ଭୁଲ କହିନାହାନ୍ତି। ବର୍ଷା ଛାଡ଼ିଗଲେ କିଛି ନାହିଁ। ଯଦି ବର୍ଷା ଲାଗି ରହିବ ଅବସ୍ଥା ସାଙ୍ଘାତିକ ହେବ।”

bbsrମନ୍ତ୍ରୀ ଓ ସାଂସଦଙ୍କ ଏପରି ବୟାନ ସରକାରଙ୍କୁ କାଠଗଡ଼ାରେ ଠିଆ କରିଥିବା ବେଳେ ବିରୋଧୀଙ୍କୁ ସମାଲୋଚନାର ମଉକା ଦେଇଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, “ଯେଉଁ ଜାଗାରେ ପାଣି ଯିବା କଥା ସେ ଜାଗାରେ ଆପାର୍ଟମେଣ୍ଟ୍‌ ପାଇଁ ମଞ୍ଜୁରୀ ଦିଆଯାଇଛି। ଯେଉଁପରି ଭାବେ ମନଇଚ୍ଛା ବସ୍ତି ଓ ସାହି ସୃଷ୍ଟି କରାଯାଇଛି ଏହା ହିଁ ସବୁଠୁ ବଡ଼ କାରଣ ଭୁବନେଶ୍ୱର ଜଳମଗ୍ନ ହେବାର।”

କଂଗ୍ରେସ ବିଧାୟକ ପ୍ରକାଶ ବେହେରା କହିଛନ୍ତି, “ମ୍ୟୁନିସିପାଲିଟି, ୱାର୍କ ଡିପାର୍ଟମେଣ୍ଟ ଓ ଏନ୍‌ଏଚ୍‌ ଡିପାର୍ଟମେଣ୍ଟ୍‌ ଦାୟୀ। ଡ୍ରେନ୍‌ ସଫା କରାଯାଉନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଭୁଲ୍‌। ଏଥିପାଇଁ ସବୁ ଅଧିକାରୀମାନେ ଦାୟୀ।”

bbsrବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି, “ବିଡିଏ ଓ ମ୍ୟୁନିସିପାଲିଟି ଅଧିକାରୀ ଅଛନ୍ତି। ସମସ୍ତ ଚେଷ୍ଟା ସତ୍ତ୍ୱେ ମଧ୍ୟ ଏପରି ଗୁଡ଼ିଏ ବେଆଇନ ନିର୍ମାଣ ହୋଇଛି, ଯେଉଁଗୁଡିକ ଅବରୋଧ ସୃଷ୍ଟି କରୁଛନ୍ତି। ଏ ଅବରୋଧ ରାସ୍ତା ପ୍ରଶସ୍ତିକରଣ ବେଳେ ଆହୁରି ଉତ୍କଟ ହୋଇଯାଉଛି।



from OdishaReporter https://ift.tt/2LxsVLy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages