କାନ୍ଥ ଭୁଶୁଡ଼ି ଦମ୍ପତି ମୃତ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

କାନ୍ଥ ଭୁଶୁଡ଼ି ଦମ୍ପତି ମୃତ 

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ସାରା ରାଜ୍ୟରେ ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି। ଅନେକ ଅଞ୍ଚଳ ପାଣି ଘେରରେ ବୁଡ଼ି ରହିଛି। ତେବେ ରାୟଗଡ଼ା ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। କଲ୍ୟାଣସିଂହପୁର ବ୍ଲକ୍‌ କରପା ପଞ୍ଚାୟତ ସୁଲିପଦର ଗାଁରେ ମାଟି କାନ୍ଥ ଭୁଶୁଡ଼ି ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଯଶମନ୍ତୀ ଲାୟା ଓ ମାଧବ ଲାୟା।

ଆଜି ସକାଳେ ସେମାନେ ଦାନ୍ତ ଘଷୁଥିବା ବେଳେ ହଠାତ୍ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା ଓ ସେମାନଙ୍କ ଉପରେ ପଡ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୃ ଘଟିଥିଲା। ତେବେ ନିକଟରେ ଥିବା ସେମାନଙ୍କର ୮ ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଛି।

ଗତକାଲିଠାରୁ ଏହି ବ୍ଳକ୍‌ରେ ପ୍ରବଳ ବର୍ଷା ହେଉଛି।

 

 



from OdishaReporter https://ift.tt/2O6QA4c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages