
ପୁରୀ(ମଧୂସୁଦନ ମିଶ୍ର): ଆସନ୍ତାକାଲି ନୀଳାଦ୍ରି ବିଜେ। ଶ୍ରୀଜିଉ ରତ୍ନସିଂହାସନରେ ବିଜେ ହେବେ। ତେଣୁ ଏହା ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଗର୍ଭଗୃହକୁ ଟିକନିଖି ଯାଞ୍ଚ କରାଯାଇଛି।
ବିଶେଷ କରି ଗର୍ଭଗୃହର କେମିକାଲ କ୍ଳିନିଙ୍ଗ, ଷ୍ଟିଲ୍ କ୍ରସ୍ ଚେକିଂ କରାଯାଇଛି। ଏହାସହ କନକମୁଣ୍ଡି ଓ ଉପର ଜାଲିକୁ ରଙ୍ଗ ଦିଆଯାଇଛି। ଜାଲି ଭେଣ୍ଟିଲେସନ୍ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଥମ ମହଲା ଓ ଦ୍ୱିତୀୟ ମହଲାକୁ ସଂଯୋଗ କରୁଥିବା ବାୟୁ ନିଷ୍କାସନ ସ୍ଥାନ ଗୁଡ଼ିକର ମରାମତି ଓ କ୍ଲିନିଂ କରାଯାଇଛି। ଭିତର କଳାକୁ ଛଡ଼ାଇ ଦିଆଯାଇଛି। ଜଗମୋହନରେ ଥଣ୍ଡା ବାୟୁ ଚଳାଚଳ ମେସିନ୍ ଲଗାଯାଇଛି। ପୋଟାଲ୍ ବକ୍ସ ଫ୍ରେମ୍ର ଲୋଡିଂ ସିଷ୍ଟମ୍କୁ ଯାଞ୍ଚ କରାଯାଇ ଓଜନକୁ ସନ୍ତୁଳିତ କରିବା ପାଇଁ ମେସିନ୍ ଲଗାଯାଇଛି। ଜୟବିଜୟ ଦ୍ୱାରରେ ୩ଟି ଷ୍ଟିଲ୍ ବିମ୍ ଲଗାଯିବା ସହ ଅନ୍ୟାନ୍ୟ ସଂରକ୍ଷଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଏହାସହ ଗରୁଡ଼ସ୍ତମ୍ଭରୁ କଳା ଗ୍ରାନାଇଟ୍ ପଥରକୁ କଢା ଯାଇଛି। ଭୋଗମଣ୍ଡପ ଚଟାଣ ପଥର ପରିବର୍ତ୍ତନ କରାଯିବା ସହ ରୋଷଘର ବାରଣ୍ଡା, ଛାତ ମଧ୍ୟ ମରାମତି କରାଯାଇଛି। କୋଠଭୋଗ, ରୋଷଘରର ଚଟାଣ ପଥର ପରିବର୍ତ୍ତନ କରାଯାଉଛି।
from OdishaReporter https://ift.tt/2NEwLzX
No comments:
Post a Comment