
ନୂଆପଡ଼ା (ମାୟାଧର ସରାଫ୍): ପୁଣି ମୌତ୍ କା କୁଆଁରେ ଘଟିଲା ଅଘଟଣା। ନୂଆପଡ଼ା ଜିଲ୍ଲା ସିନାପାଲିରେ ପଡ଼ିଥିବା ମୀନାବଜାରରେ ମୌତ୍ କା କୁଆଁ ଖେଳ ଚାଲିଥିବା ବେଳେ ହଠାତ୍ ଏହା ଭାଙ୍ଗି ଯିବାରୁ ୬ ଜଣ ଦର୍ଶକ ଏହା ଭିତରେ ପଡ଼ି ଆହତ ହୋଇଛନ୍ତି। ସମସ୍ତଙ୍କୁ ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ଓ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଏହି ଅଘଟଣକୁ ନେଇ ଟ୍ୱିଟ୍ କରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଦୁଃଖ ପ୍ରକାଶ କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହାସହ ସେ ଆହତ ୬ ଜଣଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଗତବର୍ଷ କୋରାପୁଟର ଜୟପୁରରେ ମୌତ୍ କା କୁଆଁରେ ଖେଳ ଦେଖାଥିବା ବେଳେ ଜଣେ ଷ୍ଟଣ୍ଟ୍ମ୍ୟାନ୍ଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଏହି ବିପଦ ଜନକ ଖେଳକୁ ଓଡ଼ିଶା ସରକାର ବ୍ୟାନ୍ କରିବା ଉଚିତ୍ ବୋଲି ବୈଜୟନ୍ତ ଟ୍ୱିଟ୍ କରିଛନ୍ତି।
from OdishaReporter https://ift.tt/2Oe3fC7

No comments:
Post a Comment