ଓଡ଼ିଶା ରାସ୍ତା ଉପରେ ପଶ୍ଚିମବଙ୍ଗର ଦାଦାଗିରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ଓଡ଼ିଶା ରାସ୍ତା ଉପରେ ପଶ୍ଚିମବଙ୍ଗର ଦାଦାଗିରି

baleswar

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସୀମାରେ ପଶ୍ଚିମବଙ୍ଗ ସରକାରଙ୍କ ଦାଦାଗିରି କିଛି ନୂଆ କଥା ନୁହେଁ। ଏପରି ଅଭିଯୋଗ ବହୁ ସମୟରେ ଆସିଥାଏ। ଖାସ୍‌କରି ସୀମାନ୍ତ ବାଲେଶ୍ୱରର ବିଭିନ୍ନ ଅଞ୍ଚଳରେ ପଶ୍ଚିମବଙ୍ଗ ସରକାରଙ୍କ ହସ୍ତକ୍ଷେପ ଦେଖିବାକୁ ମିଳିଥାଏ। ଏମିତି ଏକ ଅଭିଯୋଗ ପୁଣି ଆସିଛି ଭୋଗରେଇ ବ୍ଲକ୍‌ ଅଞ୍ଚଳରୁ। ଏଠାରେ ପଶ୍ଚିମବଙ୍ଗ ସରକାର ଫାଟକ ତିଆରି କରିଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସୂଚନାଯୋଗ୍ୟ, ଭୋଗରାଇ ବ୍ଲକ୍‌ର ସାହାବାଜିପୁର ସୀମାରୁ ଉଦୟପୁର ବେଳାଭୂମୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଛି। ଉକ୍ତ ରାସ୍ତାରେ ପଶ୍ଚିମବଙ୍ଗ ସରକାର ଏକ ଫାଟକ ତିଆରି କରିଛନ୍ତି। ଏଥିରେ ‘ଦୀଘା ସି-ବିଚ୍’ ଲେଖା ଫଳକ ଲଗାଯାଇଛି। ଉକ୍ତ ଫାଟକ ଓଡ଼ିଶାର ରାସ୍ତା ଉପରକୁ ୧୦ ଫୁଟ୍ ମଡ଼ାଯାଇ କରାଯାଇଛି।

୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଫଳକ ଭଙ୍ଗା ଦିଆଯିବ ବୋଲି ସ୍ଥାନୀୟ ସରପଞ୍ଚ ତପନ ପଣ୍ଡା କହିଛନ୍ତି।

ଅତିରିକ୍ତ ଜିଲ୍ଲାପାଳ ମାନସ୍‌ ପାଢ଼ୀ କହିଛନ୍ତି- “ଏନେଇ ପଶ୍ଚିମବଙ୍ଗ ସରକାର ଓ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ଙ୍କୁ ଚିଠି ଲେଖି ଜଣାଇବା ସହ ବିହିତ ପଦକ୍ଷେପ ଗ୍ରହଣ କରିବୁ।”

ସ୍ଥାନୀୟ ବିଧାୟକ ଅନନ୍ତ ଦାସ କହିଛନ୍ତି, “ଏହା ଜାଣିବା ପରେ ଗୃହ ସଚିବ, ଜିଲ୍ଲାପାଳ, ଏସ୍‌ପି ଏବଂ ଡିଆଇଜିଙ୍କୁ ଜଣାଇଥିଲି। ଅତିରିକ୍ତ ଜିଲ୍ଲାପାଳ ଏବଂ ଏସ୍‌ଡିପିଓ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି। ଫଳକ ଲଗାଯାଇଥିବା ସ୍ଥାନ ଓଡ଼ିଶାର। ଏହାକୁ ବରଦାସ୍ତ କରାଯିବ ନାହିଁ।”



from OdishaReporter https://ift.tt/2LrTSx8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages