ଶିଳ୍ପୀଗୁରୁଙ୍କୁ ସେତେବେଳେ ଏମିତି ଅପମାନିତ କରିଥିଲା ବିଜେଡି, ଉପରେ ସମର୍ଥନ ଦେଇ ପଛରୁ କରିଥିଲା ଛୁରିକାଘାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ଶିଳ୍ପୀଗୁରୁଙ୍କୁ ସେତେବେଳେ ଏମିତି ଅପମାନିତ କରିଥିଲା ବିଜେଡି, ଉପରେ ସମର୍ଥନ ଦେଇ ପଛରୁ କରିଥିଲା ଛୁରିକାଘାତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଏବେ ବିଜେଡି ବିଜେପି ଭିତରେ ଘନଘୋର  ପ୍ରତିଯୋଗିତା ଚାଲିଛି। ଜଣେ ଯୋଜନା କଲାବେଳକୁ ଆଉଜଣେ ତାକୁ ତରବରିଆ ଭାବରେ ନୂଆ ନାଁରେ କାର୍ଯ୍ୟକାରୀ କରିଦେଉଛି। ଯେଉଁଠି ଜଣେ ଫେଲ୍ ମାରିଲା, ତତ୍‌କ୍ଷଣାତ ପହଞ୍ଚି ଯାଉଛି ଆରଜଣକ। ଅବଶ୍ୟ ଏଥିରେ ଓଡ଼ିଶା ଓ ଓଡ଼ିଆଙ୍କର ଲାଭ ହେଉଛି।

ଏବେକାର ଗୋଟେ ଉଦାହରଣ ଦେଖନ୍ତୁ। ରାଷ୍ଟ୍ରପତି ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ଓଡ଼ିଶାର ମହାନ ଶିଳ୍ପୀଗୁରୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶାକୁ ‘ରଥଯାତ୍ରା’ ଭେଟି ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ରାଜ୍ୟସଭାକୁ ଯିବାକୁ ଶିଳ୍ପୀଗୁରୁ ଅନେକ ପୂର୍ବରୁ ଆଶାୟୀ ଥିଲେ। ମନେପକାନ୍ତୁ ୨୦୧୪ରେ ଯେତେବେଳେ ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା, ସେତେବେଳେ ରଘୁନାଥ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ଓ ବିଜେଡି ତାଙ୍କ ପାଇଁ ଖୋଲାଖୋଲି ସମର୍ଥନ ଘୋଷଣା କରିଥିଲା। ସେତେବେଳେ ବିଜେଡିରୁ ଟିକଟଟିଏ ମିଳିବ ବୋଲି ରଘୁନାଥ ଆଶା କରିଥିଲେ। ସେପରି ହୋଇଥିଲେ ରାଜ୍ୟସଭାରେ ପହଞ୍ଚିବାରେ ତାଙ୍କର କୌଣସି ଅସୁବିଧା ହୋଇନଥାନ୍ତା।

କିନ୍ତୁ ବିଜେଡି କେବଳ ସମର୍ଥନ ଘୋଷଣା କରି ତା’ ଦାୟିତ୍ୱ ସାରିଦେଇ ଥିଲା। ବିଜେପି ବି କରିଥିଲା୤ ଯଦିଓ ସମସ୍ତେ ଜାଣିଥିଲେ ଯେ, ଚତୁର୍ଥ ଆସନଟି ଜିତିବା ସମ୍ଭବ ନୁହେଁ। ଅର୍ଥାତ ରଘୁନାଥ ହାରିବା ସୁନିଶ୍ଚିତ ଥିଲା୤ ସେଇଆ ହେଲା, ରଘୁନାଥ ଲଜ୍ଜାଜନକ ଭାବରେ ନିର୍ବାଚନ ହାରି ଯାଇଥିଲେ। ଚତୁର୍ଥ ପ୍ରାର୍ଥୀ ଭାବରେ କଂଗ୍ରେସର ରଂଜୀବ ବିଶ୍ଵାଳ ଜିତିଥିଲେ୤ କଥା ଉଠିଥିଲା, ରଘୁନାଥଙ୍କୁ କଣ ବିଜେଡି ସସମ୍ମାନେ ରାଜ୍ୟସଭାକୁ ପଠେଇ ପାରିନଥାନ୍ତା। ତାଙ୍କୁ କ’ଣ ନିର୍ବାଚନ ଲଢ଼ିବାକୁ ଛାଡ଼ି ଦିଆଯିବା ଉଚିତ ଥିଲା ? ରାଜନେତାମାନେ ରାଜ୍ୟସଭାକୁ ମନୋନୀତ ହେଲାପରେ ଓଡିଶାର କୋଉ ସ୍ଵାର୍ଥ ସାଧିତ ହୋଇଛି ଯେ, ଜଣେ ଶିଳ୍ପୀ ପାରିନଥାନ୍ତେ?

ସେତେବେଳେ ଯେଉଁମାନଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଥିଲା ସେମାନେ ଥିଲେ- କଳ୍ପତରୁ ଦାସ, ସରୋଜିନୀ ହେମ୍ବ୍ରମ ଓ ଅନଙ୍ଗ ଉଦୟ ସିଂହଦେଓ୤ ଇତିମଧ୍ୟରେ କଳ୍ପତରୁଙ୍କର ଦେହାନ୍ତ ହୋଇଯାଇଛି୤ ଓଡ଼ିଶାର କେତେଜଣ ଲୋକ ଜାଣିଛନ୍ତି, ଗତ ଦିନଗୁଡ଼ିକରେ ସରୋଜିନୀ ଓ ଅନଙ୍ଗ ରାଜ୍ୟସଭାକୁ ଯାଇ କି ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି? ବିବାଦୀୟ ହେଉ ପରେ ବରଂ ରଘୁନାଥ ତ’ କୋଣାର୍କ ପରି ଆଉ ଏକ ମନ୍ଦିର ତିଆରି କରିବାକୁ ସାହସ ବାନ୍ଧିଛନ୍ତି? କିନ୍ତୁ ବିଜେଡି ନେତାଏ କଣ କରିଛନ୍ତି୤ ସଂସଦରେ କେବେ ପ୍ରଶ୍ନଟିଏ ବି ପଚାରିବାର ସାହସ ନାହିଁ୤

ସେତେବେଳେ ରଘୁନାଥ କାହିଁକି ହାରିଥିଲେ?

ଚତୁର୍ଥ ଆସନରେ ରଘୁନାଥଙ୍କ ସହ ଲଢ଼େଇ ହୋଇଥିଲା ରଂଜୀବ ବିଶ୍ଵାଳଙ୍କର୤ ରଂଜୀବ ୨୯ଟି ପ୍ରଥମ ପସନ୍ଦ ଭୋଟ୍‌ ପାଇଥିଲେ୤ ସେଥିରୁ ୨୭ ଜଣ କଂଗ୍ରେସ ବିଧାୟକଙ୍କର ଅର୍ଥାତ ତାଙ୍କରି ଦଳର୤ ବାକି ଦୁଇଟି ପ୍ରଥମ ପସନ୍ଦ ଭୋଟ ସେ ଅନ୍ୟ ଦଳରୁ ପାଇଥିଲେ୤ କିନ୍ତୁ ରଘୁନାଥଙ୍କୁ ମିଳିଥିଲା ୨୦ଟି ପ୍ରଥମ ପସନ୍ଦ ଭୋଟ୤ ସେତେବେଳେ ହିସାବ କରାଯାଉଥିଲା ଯେ, ବିଜେଡିର ବଳକା ୧୮ ଜଣ ବିଧାୟକଙ୍କର ଭୋଟ୍‌ ରଘୁନାଥଙ୍କୁ ମିଳିବା ନିଶ୍ଚିତ୤ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ରଘୁନାଥ ବିଜେଡିର ୧୧ ଜଣ ପ୍ରଥମ ପସନ୍ଦ ଭୋଟ ପାଇଥିଲେ୤ ପ୍ରଶ୍ନ ଉଠୁଛି, ତେବେ ବାକି ୭ ଜଣ ବିଜେଡି ବିଧାୟକ କାହାକୁ ଭୋଟ ଦେଲେ? ରଂଜୀବ ବିଶ୍ଵାଳ ଅଧିକ ଦୁଇଟି ପ୍ରଥମ ପସନ୍ଦ ଭୋଟ କେଉଁଠୁ ପାଇଲେ?  ଏବେ ଦେଖନ୍ତୁ ରଘୁନାଥ ପାଇଥିବା ୨୦ଟି ପ୍ରଥମ ପସନ୍ଦ ଭୋଟ ଆସିଲା କେଉଁଠୁ? ରଘୁନାଥଙ୍କୁ ବିଜେଡିରୁ ମିଳିଥିଲା ୧୧ଟି, ବାକି ୯ଟି ଭୋଟ ଦେଇଥିଲେ- ସିପିଆଇ ବିଧାୟକ ଆଦିକନ୍ଦ ସେଠୀ, ସ୍ଵାଧୀନ ବିଧାୟକ ରାଜେନ୍ଦ୍ର ସାହୁ, ବ୍ରଜ ପ୍ରଧାନ, ଜିତୁ ପଟ୍ଟନାୟକ ଏବଂ ବିଜେପିର ୫ ଜଣ ବିଧାୟକ୤ ରାଜ୍ୟସଭା ନିର୍ବାଚନ ଗଣିତ କହୁଥିଲା, ରଘୁନାଥ ଯଦି ୨୨ଟି ପ୍ରଥମ ପସନ୍ଦ ଭୋଟ ପାଇଥାନ୍ତେ ତେବେ ସେ ବିଜୟଲାଭ କରିଥାନ୍ତେ୤ ଅର୍ଥାତ ସେ ଯଦି ବିଜେଡିର ସମସ୍ତ ୧୮ଟି ଯାକ ବଳକା ପ୍ରଥମ ପସନ୍ଦ ଭୋଟ ପାଇଥାନ୍ତେ ତେବେ ତାଙ୍କ ରାଜ୍ୟସଭାକୁ ଯିବା ନିଶ୍ଚିତ ଥିଲା୤



from OdishaReporter https://ift.tt/2mk4XFr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages