ଭାସିଲାଣି ବଡ଼ଦାଣ୍ଡ: ହେବ କି ଜଳ ବାହୁଡ଼ା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଭାସିଲାଣି ବଡ଼ଦାଣ୍ଡ: ହେବ କି ଜଳ ବାହୁଡ଼ା?

ପୁରୀ:(ଓଡ଼ିଶା ରିପୋର୍ଟର):‘୨୨ ପାହାଚେ ଖେଳିବ ମୀନ’। ଯେବେ ଯେବେ ପାପର ଭାର ବଢିବ ପ୍ରଳୟ ଆସିବ।  ବିନାଶ  ରଚିବ। ଏମିତି କେତେ କ’ଣ କାହାଣୀ ମାଳିକାରେ ବର୍ଣ୍ଣିତ। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଏହି ଭବିଷ୍ୟବାଣୀ ଓଡ଼ିଆଙ୍କୁ ବେଶ ପ୍ରଭାବିତ କରେ।  ତେବେ ଏହି ଉକ୍ତିର ସତ୍ୟତା ଯାହାବି ଥାଉନା କାହିଁକି  ଆଜି ବଡ଼ଦାଣ୍ଡରେ ଯେଉଁ ଭଳି ବର୍ଷା ଜଳ ଲହଡ଼ି ଭାଙ୍ଗୁଛି ତାହା ସେହି ବାଣୀର ଭ୍ରମ ସୃଷ୍ଟି କରୁଛି।

ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ବିଶ୍ୱନିୟନ୍ତାଙ୍କ ତିନି ରଥର ଚକ ଅଧା ବୁଡ଼ିଯାଇଛି। ଆସନ୍ତାକାଲି ପ୍ରଭୁଙ୍କର ବାହୁଡ଼ା ଯାତ୍ରା ଥିବା ବେଳେ ଆଜି ବଡ଼ଦାଣ୍ଡରେ ଆଣ୍ଠୁଏ ଉଚ୍ଚର  ବର୍ଷାଜଳ ଭକ୍ତଙ୍କୁ ନିରାଶ କରିଛି। ଜଳବନ୍ଦୀ ହୋଇଛି ଶରଧାବାଲି। ୩ରୁ ୪ଫୁଟ ଉଚ୍ଚର ପାଣିରେ ଅଧା ବୁଡ଼ିଯାଇଛି ଶ୍ରୀଜିଉଙ୍କ ତିନି ରଥର ଚକ। ସବୁ ଡ୍ରେନ୍‌ରେ ଆଣ୍ଠୁଏ ପାଣି । ବଳଗଣ୍ଡି, ଡାକ୍ତରଖାନା ଛକ, ମାର୍କେଟ ଛକ, ଭିଆଇପି ରୋଡ୍ ଏବଂ ବେଳାଭୂମି-ସବୁଠି  ବର୍ଷା ପାଣିର ସୁଅ । ପୁରୀ ସହରର ଡ୍ରେନେଜ୍ ଏବଂ ସ୍ୱରେଜ୍‌ ବ୍ୟବସ୍ଥାରେ ସୁଧାର ପାଇଁ ଗତ ନବକଳେବର ସମୟରେ ପାଣି ଭଳି ଖର୍ଚ୍ଚ ହୋଇଥିଲା ଦେଢ଼ଶହ କୋଟିରୁ ଅଧିକ ଟଙ୍କା।

ଆଉ ସେହି ଟଙ୍କା ସତେ ଯେମିତି ଏବେ ପାଲଟି ଯାଇଛି ପାଣି । ରଥଯାତ୍ରା ପୂର୍ବରୁ ସମନ୍ୱୟ କମିଟି ବୈଠକରେ ବି ଡ୍ରେନେଜ୍ ବ୍ୟବସ୍ଥାରେ ସୁଧାର ପାଇଁ ତିଆରି ହୋଇଥିଲା ବ୍ଲୁ ପ୍ରିଣ୍ଟ୍‌। ଯାହାର ପୁରା ପୋଲ୍ ଖୋଲିଦେଇଛି ବର୍ଷା। ଆଉ ଆଜିର ବଡ଼ଦାଣ୍ଡରେ ଉବୁଟୁବୁ ବଡ଼ଦାଣ୍ଡର ଦେଖି ଭକ୍ତଙ୍କ ମନରେ ଗୋଟିଏ କଥା ଆସୁଛି, ଆସନ୍ତାକାଲି ହେବ କି ଜଳ ବାହୁଡ଼ା ?



from OdishaReporter https://ift.tt/2mxeN71

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages