ଏମିତି କାମ କଲେ କନଷ୍ଟେବଳ, ବିବାହ ପୂର୍ବରୁ ମିଳିଲା ହନିମୁନ୍‌ ଟ୍ରିପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

ଏମିତି କାମ କଲେ କନଷ୍ଟେବଳ, ବିବାହ ପୂର୍ବରୁ ମିଳିଲା ହନିମୁନ୍‌ ଟ୍ରିପ୍‌

ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୁଲିସ୍‌ ଜଣେ କନେଷ୍ଟବଳକୁ ତାଙ୍କ ବାହାଦୁରି ପାଇଁ ଏମିତି ପୁରସ୍କାର ଦେଇଛନ୍ତି ଯାହା ଶୁଣିଲେ ଆପଣ  ଆଶ୍ଚର୍ଯ୍ୟ ହୋଇଯିବେ। ବେଙ୍ଗାଲୁରୁ ପୁଲିସ୍‌ ବିଭାଗ ତାଙ୍କୁ ନଗଦ ଟଙ୍କା, ଗୋଟିଏ ସପ୍ତାହ ପାଇଁ ହନିମୁନ୍‌ ପ୍ୟାକେଜ୍‌ ସହ ପେଡ୍‌-ଲିଭ୍‌ ଦେଇଛନ୍ତି। ଏବେ ଏହି ଖବର ପ୍ରସାରିତ ପରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ପାଖକୁ ଏକ ହଜାର  ଟଙ୍କା ପୁରସ୍କାର ପଠାଇଛନ୍ତି। ଏହି ପୁରସ୍କାର ପାଇବା ପରେ ସମ୍ପୃକ୍ତ କନଷ୍ଟେବଳ ଭେଙ୍କେଟେସନ୍‌ଙ୍କ ଖୁସି କହିଲେ ନ ସରେ ।

ଏମିତି କି ଡିସିପିଙ୍କ ଉପସ୍ଥିତିରେ ତାଙ୍କୁ ସମ୍ମାନିତ କରାଯିବ, ଏ ସମ୍ପର୍କରେ ସେ କେବେ ଭାବି ନଥିଲେ। ଏମିତି ଥିଲା ଘଟଣାକ୍ରମ। ରାତି ପାଖାପାଖି ଅଢେଇଟା ହେବ । ସେ ସମୟରେ ରାସ୍ତା ଉପରେ କୌଣସି ବ୍ୟକ୍ତିଙ୍କର ଚିତ୍କାର ଶୁଣାଗଲା। କନେଷ୍ଟବଳ ଯାଇ ଦେଖିଲା ବେଳକୁ  ଏକ ବାଇକ୍‌ରେରେ ତିନିଜଣ ଆସି ସେହି ବ୍ୟକ୍ତିଙ୍କ ଠାରୁ ମୋବାଇଲ୍‌ ଓ ଟଙ୍କା ଛଡ଼େଇ ନେଇଯାଉଥିଲେ। ଏହି ସମୟରେ କନଷ୍ଟେବଳ ଭେଙ୍କେଟେସ୍‌ ଆସିବା ଦେଖି ଦୁର୍ବୃତ୍ତମାନେ ଖସିଯିବାକୁ ଉଦ୍ୟମ କରିଥିଲେ।  କିନ୍ତୁ ସେ ସେମାନଙ୍କୁ ଛାଡ଼ି ନ ଥିଲେ। ପ୍ରାୟ ୪ କିମି ଧରି ତାଙ୍କ ପିଛା କରିବା ପରେ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ଏହି ସାହସିକତା ପାଇଁ ତାଙ୍କୁ ସାହସିକ ପୁରସ୍କାର ମିଳିଛି।

ହ୍ୱାଇଟ୍‌ ଫିଲ୍ଡ ଡିସିପି  ଅବ୍‌ଦୁଲ ଅହଦ୍‌ କହିଛନ୍ତି, ଆମେ ତାଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଦେଇଥିଲୁ। ଡିସିପି  କହିଛନ୍ତି ଯେ, ଆମେ ତାଙ୍କ ପରିବାରକୁ  ଦକ୍ଷିଣ ଭାରତକୁ  ପଠାଇବାକୁ ଚାହୁଁଥିଲୁ।  କିନ୍ତୁ ତାଙ୍କ ବାହଘର ନଭେମ୍ବରରେ ହେବ। ତେଣୁ ଆମେ ତାଙ୍କ ହନିମୁନ୍‌ ପାଇଁ ଯୋଜନା କରି ଏମିତି ପୁରସ୍କାର ଦେଇଛୁ।



from OdishaReporter https://ift.tt/2zpnPwl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages