ନୂଆ ମିସାଇଲ୍‌ ନିର୍ମାଣ କରୁଛି ଉତ୍ତର କୋରିଆ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ନୂଆ ମିସାଇଲ୍‌ ନିର୍ମାଣ କରୁଛି ଉତ୍ତର କୋରିଆ!

ୱାଶିଂଟନ୍‌: ସଂପୂର୍ଣ୍ଣ ପରମାଣୁ ନିରସ୍ତ୍ରୀକରଣ ତଥା କୋରିଆ ଉପଦ୍ୱୀପରେ ଶାନ୍ତି ପ୍ରତିଷ୍ଠା ପାଇଁ ଉତ୍ତର କୋରିଆର ଶାସକ କିମ ଜଙ୍ଗ ଉନ୍‌ କଥା ଦେଇଥିଲେ ହେଁ ଏହାକୁ ପାଳନ କରୁ ନଥିବା ଭଳି ମନେହେଉଛି।

ଶାନ୍ତି ସ୍ଥାପନର ପ୍ରତିଶ୍ରୁତି ଦେଇଥିବା ଉତ୍ତର କୋରିଆ ଏବେ ନୂଆ ମିସାଇଲ୍‌ ନିର୍ମାଣ କରିବା ଆରମ୍ଭ କରିଛି। ନିଜକୁ ଅଧିକ ଶକ୍ତିଶାଳୀ କରିବାକୁ ଉତ୍ତର କୋରିଆ ଏଭଳି ମିସାଇଲ୍‌ ନିର୍ମାଣ କରୁଥିବା ଆମେରିକା ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି।

ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଏକ ସ୍ୟାଟେଲାଇଟ୍‌ ଫଟୋ ଛଡ଼ା ଯାଇଛି।

ଗୁଇନ୍ଦା ସୂଚନା ଅନୁଯାୟୀ, ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ କିମ୍‌ ଜଙ୍ଗ ଉନ୍‌ଙ୍କ ମଧ୍ୟରେ ସିଙ୍ଗାପୁରଠାରେ ଐତିହାସିକ ସମ୍ମିଳନୀ ହୋଇଥିଲା।

ଏହି ସମୟରେ କିମ୍‌ ଶାନ୍ତି ସ୍ଥାପନ କଥା କହିଥିଲେ। କିନ୍ତୁ ଏବେ ଉତ୍ତର କୋରିଆ  ସ୍ୱଦେଶୀ ଜ୍ଞାନକୌଶଳରେ ଦୁଇଟି  ଅତ୍ୟାଧୁନିକ ବାଲାଷ୍ଟିକ୍‌ ମିସାଇଲ୍‌ ନିର୍ମାଣ କରୁଛି।  ସନମୁଡଙ୍ଗଠାରେ ଥିବା କାରଖାନାରେ ଏହାକୁ ନିର୍ମାଣ କରାଯାଉଛି।

ଆମେରିକାକୁ ଭେଦ କରିବା ଭଳି କ୍ଷମତା ଏହି ବାଲାଷ୍ଟିକ୍‌ ମିଜାଇଲ୍‌ର ରହିଛି ବୋଲି ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି।

ସିଙ୍ଗାପୁର ସମ୍ମିଳନୀ ପରେ ଟ୍ରମ୍ପ ଉତ୍ତର କୋରିଆର ଶାସକ କିମଙ୍କୁ ପ୍ରଶଂସା କରିବା ସହ ଆଉ ଆମେରିକା ପ୍ରତି ବିପଦ ନାହିଁ ବୋଲି କହିଥିଲେ।

କିନ୍ତୁ କିମ୍‌ ସର୍ବସାଧାରଣାରେ ସଂପୂର୍ଣ୍ଣ ପରମାଣୁ ନିରସ୍ତ୍ରୀକରଣ କିମ୍ବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ନିର୍ମାଣ ବନ୍ଦ ରହିବା ନେଇ କୌଣସି ଘୋଷଣା କରି ନଥିଲେ।



from OdishaReporter https://ift.tt/2KcmTLT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages