ମାଲ୍ୟା କୋଉଠି ରହିବେ, ତା’ର ଭିଡିଓ ପଠାଇବାକୁ  କାହିଁକି କହିଲେ ବ୍ରିଟିଶ କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ମାଲ୍ୟା କୋଉଠି ରହିବେ, ତା’ର ଭିଡିଓ ପଠାଇବାକୁ  କାହିଁକି କହିଲେ ବ୍ରିଟିଶ କୋର୍ଟ

ଲଣ୍ଡନ: ବ୍ୟାଙ୍କରୁ ଋଣ ନେଇ ବିଦେଶ ଫେରାର ହୋଇଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଆଜିଠାରୁ ବ୍ରିଟେନ୍‌ର ୱେଷ୍ଟମିନିଷ୍ଟର କୋର୍ଟରେ ଆରମ୍ଭ ହୋଇଛି।

ପ୍ରତ୍ୟର୍ପଣ ପରେ ବିଜୟ ମାଲ୍ୟା ମୁମ୍ବାର ଆର୍ଥର ରୋଡ୍‌ ଜେଲ୍‌ର ବାରାକ୍‌ ନମ୍ବର ୧୨ରେ ରହିବେ। ଆଜି ସେହି ସ୍ଥାନରେ ହିଁ ମାଲ୍ୟାଙ୍କ ସପକ୍ଷରେ ଓ ବିପକ୍ଷରେ ଓକିଲମାନେ ଯୁକ୍ତି ବାଢ଼ିଥିଲେ।

ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଆସନ୍ତା ୩ ସପ୍ତାହ ମଧ୍ୟରେ ବାରାକ୍‌ ନମ୍ବର ୧୨ର ଭିଡିଓ ଦାଖଲ କରିବାକୁ ଭିଡିଓ କନଫରେନ୍ସିଂରେ ଥିବା ୱେଷ୍ଟମିନିଷ୍ଟର କୋର୍ଟର ବିଚାରପତି ଇମାମ ଓରବଟନ୍‌ ଭାରତୀୟଙ୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୨ରେ କରାଯିବ।

ପରବର୍ତ୍ତୀ ଶୁଣାଣି ଯାଏ ମାଲ୍ୟାଙ୍କ ଜାମିନ୍‌ ଅବଧିକୁ କୋର୍ଟ ବଢ଼ାଇ ଦେଇଛନ୍ତି। ଆଜିର ଶୁଣାଣି ପୂର୍ବରୁ ମାଲ୍ୟା କହିଥିଲେ, ମନି ଲଣ୍ଡରିଂ ନେଇ ମୋ ବିରୋଧରେ ଯେଉଁ ଅଭିଯୋଗ ରହିଛି, ସେଥିରେ କୌଣସି ସତ୍ୟତା ନାହିଁ। ତଥାପି ମୁଁ କ୍ଷମା ଆବେଦନ କରିନାହିଁ।

ମୁଁ ବ୍ୟାଙ୍କର ଯେଉଁ ଋଣ ନେଇଥିଲି, ତାକୁ ଫେରାଇବାକୁ ପ୍ରସ୍ତୁତ ରହିଛି। ମୁଁ କେତେ ଟଙ୍କା ଫେରାଇବି, ତାହା ସ୍ଥିର ହେବା ଦରକାର।

ବ୍ୟାଙ୍କମାନଙ୍କ ଅଭିଯୋଗ ଭିତ୍ତିରେ ମୋ ସମ୍ପତ୍ତି ନିଲାମ କରିବା ଠିକ୍‌ ନୁହେଁ।

କେଉଁଟା ଠିକ୍‌ ଓ କେଉଁଟା ଭୁଲ ସେ କଥା ନ୍ୟାୟପାଳିକା ସ୍ଥିର କରିବା ଦରକାର ବୋଲି ମାଲ୍ୟା କହିଛନ୍ତି।



from OdishaReporter https://ift.tt/2v2qsPW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages