ମିସ୍‌ ୱାର୍ଲ୍ଡ ହେବା ପୂର୍ବରୁ ଏହି ଫିଲ୍ମରେ ଅଭିନୟ କରିଥିଲେ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ମିସ୍‌ ୱାର୍ଲ୍ଡ ହେବା ପୂର୍ବରୁ ଏହି ଫିଲ୍ମରେ ଅଭିନୟ କରିଥିଲେ ପ୍ରିୟଙ୍କା

priyanka

ମୁମ୍ବାଇ: ଆଜି ବିଶ୍ୱ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରାଙ୍କ ଜନ୍ମଦିନ। ୧୯୮୨ ମସିହା ଜୁଲାଇ ୧୮ ତାରିଖରେ ସେ ଝାଡ଼ଖଣ୍ଡର ଜାମ୍‌ସେଦ୍‌ପୁରରେ ଜନ୍ମ ହୋଇଥିଲେ। ସେତେବେଳେ ଜାମ୍‌ସେଦ୍‌ପୁର ବିହାର ରାଜ୍ୟରେ ଥିଲା। ମିସ୍‌ ୱାର୍ଲ୍ଡ ପ୍ରତିଯୋଗିତା ଜିତିବା ପରେ ସେ ବଲିଉଡ୍‌ରେ ମଧ୍ୟ ନିଜକୁ ଜଣେ ଦକ୍ଷ ଅଭିନେତ୍ରୀ ଭାବେ ପ୍ରମାଣିତ କରି ସାରିଛନ୍ତି। ସମସ୍ତେ ଭାବନ୍ତି୨୦୦୦ ମସିହାରେ ମିସ୍‌ ୱାର୍ଲ୍ଡ ମୁକୁଟ ଜିତିବାପରେ ସେ ଫିଲ୍ମରେ କାମ କରିବାକୁ ଅଫର୍ପାଇଥିଲେ। କିନ୍ତୁ ଏହା ଆଦୌ ଠିକ୍ ନୁହେଁ।  ମିସ୍‌ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ତାଙ୍କୁ ଫିଲ୍ମରେ କାମ କରିବାକୁ ଅଫର୍‌ ମିଳିଥିଲା। ସେହି ଫିଲ୍ମର ନାଁ ଥିଲା ‘ଗୁଡ୍‌ ନାଇଟ୍‌ ପ୍ରିନ୍‌ସେସ୍‌’। ଫିଲ୍ମର ନିର୍ଦ୍ଦେଶକଥିଲେ ଏଟ୍‌ଲି ବରାର୍‌। ୨୦୦୦ ମସିହାରେ ସେପ୍ରିୟଙ୍କାଙ୍କୁ ଏହି ଫିଲ୍ମର୍ ଅଫର୍ ଦେଇଥିଲେ। ମିସ୍‌ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେବାକୁ ଯିବା ପୂର୍ବରୁ ସେ ଏହି ଫିଲ୍ମର କିଛି ଦୃଶ୍ୟର ସୁଟିଂ ମଧ୍ୟ ଶେଷ କରି ଦେଇଥିଲେ। ପ୍ରତିଯୋଗିତାରେ ବିଜୟୀ ହୋଇ ଫେରିବା ପରେ ସେ ଫିଲ୍ମର ବାକି ଅଂଶର ସୁଟିଂ ଆରମ୍ଭ କରିଥିଲେ। ତେବେ ଅର୍ଥ ଅଭାବରୁ ପ୍ରଯୋଜକ ଫିଲ୍ମଟିକୁ ଶେଷ କରିପାରି ନଥିଲେ। ଫିଲ୍ମଟି ପ୍ରିୟଙ୍କା ଗାନ୍ଧିଙ୍କ ଜୀବନୀ ଉପରେ ଆଧାରିତ ଥିଲା।

ପ୍ରିୟଙ୍କାଙ୍କ ପ୍ରଥମ ଫିଲ୍ମ ଥିଲା ତାମିଲ୍‌ଭାଷାରେ ନିର୍ମିତ ‘ତମିଝନ’। ଏହା ୨୦୦୨ରେ ରିଲିଜ୍‌ ହୋଇଥିଲା।ଏହାପରେ ତାଙ୍କରପ୍ରଥମ ହିନ୍ଦୀ ଫିଲ୍ମ ‘ହୀରୋ’: ଲଭ୍‌ ଷ୍ଟୋରୀ ଅପ୍‌ ଏ ସ୍ପାଇ’ ଥିଲା। ଏହା ୨୦୦୩ରେ ରିଲିଜ୍‌ ହୋଇଥିଲା। ଆଉ ତା’ର ମାସକ ପରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଅନ୍ଦାଜ’।

 



from OdishaReporter https://ift.tt/2zQyYqa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages