
ପୁରୀ (ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ହେରା ପଞ୍ଚମୀ। ଏହି ଅବସରରେ ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିବେ। ମହାଲକ୍ଷ୍ମୀଙ୍କୁ ଛାଡ଼ି ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ଭାଇ, ଭଉଣୀଙ୍କୁ ସାଙ୍ଗରେ ଆଣିଥିବାରୁ ଅଭିମାନ କରି ମହାଲକ୍ଷ୍ମୀ ରଥ ଭାଙ୍ଗିଥାନ୍ତି।
ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥାନ୍ତି। ସେଠାରେ ମହାଲକ୍ଷ୍ମୀଙ୍କୁ ମହାପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ, ଘସା ବିଡ଼ିଆ ସହ ଦହି ପଟି ମଣୋହି ନୀତି ଅନୁଷ୍ଠିତ ହୋଇଥାଏ। ପରେ ଲକ୍ଷ୍ମୀ, ଜୟବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି। ସେଠାରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କାରଯାଇଥାଏ। ଏହା ପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ହେରାଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥାନ୍ତି।
from OdishaReporter https://ift.tt/2L6CJwH
No comments:
Post a Comment