
ଭୁବନେଶ୍ୱର :(ଓଡ଼ିଶା ରିପୋର୍ଟର): ଆଇଏଏସ୍ ପାହ୍ୟାକୁ ରାଜ୍ୟର ୯ଜଣ ବରିଷ୍ଠ ଓଏଏସ୍ ଅଫିସର ପଦୋନ୍ନତି ପାଇଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ପାଇଥିବା ଓଏଏସ୍ ଅଫିସରମାନେ ହେଲେ ମାଗୁଣି ଚରଣ ପାତ୍ର, ବୃନ୍ଦାବନ ବେହେରା, ଧନଞ୍ଜୟ ହେମ୍ୱ୍ରମ, ଗଙ୍ଗାଧର ପାତ୍ର, ପ୍ରଦୀପ କୁମାର ନାୟକ, ପବିତ୍ର ମଣ୍ଡଳ, ସୁନୀଲ କୁମାର ନାୟକ, ଅଶୋକ କୁମାର ନାୟକ ଓ ବଟକୃଷ୍ଣ ଦେହୁରୀ। ଏହି ଅଫିସର୍ମାନଙ୍କ ପଦୋନ୍ନତି ଫଳରେ ରାଜ୍ୟରେ ଆଇଏଏସ୍ ସଂଖ୍ୟା ୨୦୪କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ୨୩୭ଟି ଆଇଏଏସ୍ ପଦବୀ ମଧ୍ୟରୁ ପଦୋନ୍ନତି ଭିତିରେ ୭୨ଟି ପଦବୀ ପୂରଣ ହୋଇଥାଏ।
from OdishaReporter https://ift.tt/2mvqSty
No comments:
Post a Comment