କେନ୍ଦ୍ର ଯୋଜନାକୁ ହଡ଼ପ କରି ମିଛ କହୁଛନ୍ତି ନବୀନ ସରକାର, ତଦନ୍ତ ଦାବି କଲେ ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

କେନ୍ଦ୍ର ଯୋଜନାକୁ ହଡ଼ପ କରି ମିଛ କହୁଛନ୍ତି ନବୀନ ସରକାର, ତଦନ୍ତ ଦାବି କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ନିଜସ୍ୱ ନାଁ ଦେଇ ଓଡ଼ିଶା ସରକାର ହଡ଼ପ କରୁଛନ୍ତି। ଆଖିରେ ଆଙ୍ଗୁଠି ଗେଞ୍ଜି ଓଡ଼ିଶାର ନବୀନ ପଟ୍ଟନାୟକ ସରକାର କ୍ରମାଗତ ମିଛ କହି ଚାଲିଛନ୍ତି। ତେଣୁ ଏନେଇ ରାଜ୍ୟରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରାଯିବା ସହ ଗ୍ରାମାଞ୍ଚଳ ଆବାସିକ ଯୋଜନାରେ ନିର୍ମାଣ ହୋଇଥିବା ଘର ସଂଖ୍ୟା ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି।
ଆଜି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଚିଠି ଲେଖି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶା ସରକାର ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ୧୭ ଲକ୍ଷ ବିଜୁ ପକ୍କା ଘର ନିର୍ମାଣ କରିସାରିଛନ୍ତି ବୋଲି ରଥଯାତ୍ରା ଅବସରରେ ଗଣମାଧ୍ୟମରେ ବିଜ୍ଞାପନ ଦେଇଛନ୍ତି। ମାତ୍ର ଓଡ଼ିଶା ସରକାରଙ୍କ  ୱେବସାଇଟରେ ଗ୍ରାମାଞ୍ଚଳ ଆବାସିକ ଯୋଜନା ଯଥା-ବିଜୁ ପକ୍କା ଘର ଯୋଜନା, ଖଣି ଏବଂ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ମୋଟ ୨.୮ ଲକ୍ଷ ଘର ନିର୍ମାଣ ହୋଇଥିବା ଉଲ୍ଲେଖ କରିଛନ୍ତି। ଏଭଳି ମିଛ ତଥ୍ୟ ଦେଇ ବିଜ୍ଞାପନ ଜରିଆରେ ଓଡିଶା ସରକାର ରାଜ୍ୟବାସୀଙ୍କ ଆଖିରେ ଧୂଳି ଦେଉଛନ୍ତି।  ତେଣୁ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ ପଠାଇ କେଉଁ ଯୋଜନାରେ କେତେ ଘର ନିର୍ମାଣ ହୋଇଛି ତାହାର ତଦନ୍ତ କରିବାକୁ କରିବାକୁ ଶ୍ରୀ ପ୍ରଧାନ ଆଜି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଅନୁରୋଧ କରିଛନ୍ତି। ଗରିବଙ୍କ ପାଇଁ ପକ୍କା ଘର ମାମଲାରେ ଏକ ସକ୍ରିୟ ଜନସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରାଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ସଂପର୍କରେ ଓଡିଶାବାସୀ ଜାଣି ପାରିବେ ଓ ଅନ୍ଧାରରେ ରହିବେ ନାହିଁ ବୋଲି ଶ୍ରୀ ପ୍ରଧାନ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଚିଠିରେ ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୬ ମସିହାରେ ଗ୍ରାମାଞ୍ଚଳବାସୀଙ୍କ ପାଇଁ ଦଶ ଲକ୍ଷ ବିଜୁ ପକ୍କା ଘର ତିଆରି କରିଥିବା ରାଜ୍ୟ ସରକାର ବିଜ୍ଞାପନ ମାଧ୍ୟମରେ ପ୍ରକାଶ କରିଥିଲେ।
କିନ୍ତୁ ଯେତେବେଳେ ବିଧାନସଭାରେ ଏହି ପ୍ରଶ୍ନ ଉଠାଗଲା, ରାଜ୍ୟ ସରକାର ଏହି ପ୍ରଶ୍ନର ଉତ୍ତର ନ ଦେଇ ୨୦୧୬ ଡିସେମ୍ବର ୦୬ରେ ତଥ୍ୟ ସଂଗ୍ରହ କରା ଯାଉଛି ବୋଲି କହି ଏଡ଼ାଇ ଯାଇଥିଲେ। କେନ୍ଦ୍ର ସରକାରଙ୍କର ଗରିବଙ୍କ ପାଇଁ ପକ୍କା ଘର ଯୋଜନାରେ ଘରଗୁଡ଼ିକୁ ଦଳୀୟ ଭିତିରେ ବଣ୍ଟା ଯାଉଛି । ୨୦୧୧ ମସିହାର ସାମାଜିକ- ଅର୍ଥନୈତିକ ଜନଗଣନା ଓ ଗ୍ରାମ ସଭା ଦ୍ୱାରା ପ୍ରସ୍ତୁତ ତାଲିକାକୁ ସମ୍ମାନ ନ ଦେଇ ରାଜ୍ୟର ବିଜେଡି ସରକାର ଏହାକୁ ଦଳୀୟ ଆଧାରରେ ବଣ୍ଟନ କରୁଛନ୍ତି।
କେବଳ ସେତିକି ନୁହେଁ, ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ମଧ୍ୟ ସେମାନଙ୍କର ଘରେ ବିଜୁ ପକ୍କା ଘର ଲୋଗୋ ଲଗାଇବା ପାଇଁ ବାଧ୍ୟ କରା ଯାଉଥିବା ହିତାଧିକାରୀ ମାନେ ଅଭିଯୋଗ କରୁଛନ୍ତି। ଅବଶ୍ୟ  କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜର କହିବା ଓଡିଶା ସରକାରଙ୍କ ନୂଆ କାମ ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସଂଘୀୟ ସହଯୋଗିତା ଭାବନାର ସମ୍ପୂର୍ଣ୍ଣ ବିରୋଧରେ ଓଡିଶା ସରକାର ସମାନ୍ତରାଳ ଭାବେ କେନ୍ଦ୍ର ସରକାରଙ୍କ ଯୋଜନା ପରି ଅନ୍ୟ ଏକ ଯୋଜନା ତିଆରି କରି କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ଯୋଜନା ନାମରେ ନାମିତ କରି ନିଜେ ଯୋଜନାର ଶ୍ରେୟ ନେବାକୁ ଚେଷ୍ଟା କରି ଆସିଛନ୍ତିା  କେନ୍ଦ୍ର ସରକାର ଚାଉଳରେ ଦେଉଥିବା ୨୯ଟଙ୍କାର ସବସିଡି, ଜାତୀୟ ସ୍ୱାସ୍ଥ୍ୟ ମିଶନରେ ୧୦୮ ଆମ୍ବୁଲାନ୍ସ ଯୋଜନା ଆଦିକୁ ମଧ୍ୟ ରାଜ୍ୟ ସରକାର ହଡ଼ପ କରି ନିଜସ୍ୱ ଯୋଜନା ଭାବେ ପ୍ରଚାର କରିବାକୁ ପଛାଉନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି।


from OdishaReporter https://ift.tt/2LUjoLC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages