
ଭୁବନେଶ୍ୱର: ପାରାଦୀପ ଅନ୍ତର୍ଗତ କାଉଡ଼ିଆ ପୋଖରୀ ନିକଟ ଅଠରବାଙ୍କିରେ ତେଲ ଭାସିବା ଘଟଣାରେ ଆଜି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏହି ଅଞ୍ଚଳରେ ଆଇଓସିଏଲ୍ ପାଇପ୍ ଯାଇଥିବାରୁ ଏହା ଫାଟି ସମଗ୍ର ଅଞ୍ଚଳରେ ତେଲ ଭାସିବା ସହ ପରିବେଶ ପ୍ରଦୂଷିତ ହେଉଛି ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ ଏହି ଅଞ୍ଚଳରେ ଆଇଓସିଏଲ୍ର କୌଣସି ତେଲ ପାଇପ୍ ଲାଇନ୍ ଯାଇନାହିଁ ବୋଲି ଏହାର କର୍ତ୍ତୃପକ୍ଷ କହିଛନ୍ତି। ଆଇଓସିଏଲ୍ର ଶୀର୍ଷସ୍ତରୀୟ ଅଧିକାରୀ ଏବଂ ଓଡ଼ିଶା ପ୍ରଦୂଷଣ ବୋର୍ଡର ଅଧିକାରୀ ଉକ୍ତ ସ୍ଥାନକୁ ଯାଇ ତଜର୍ମା କରିବା ପରେ ଏହା ଜଣାପଡ଼ିଛି। ଏଭଳି ତେଲକୁ କେତେକ ମାଛଧରା ବୋଟ୍ରେ ବ୍ୟବହାର କରାଯାଏ। କୌଣସି ବ୍ୟକ୍ତି ଏହାକୁ ଏଠାରେ ପକାଇ ଦେଇଛନ୍ତି। ଫଳରେ ଏହା ପାଣିରେ ଭାସୁଛି ଏବଂ ପରିବେଶ ପ୍ରଦୂଷିତ ହେଉଛି। ଏହା ଆଇଓସିଏଲ୍ ପାଇପ୍ ଲାଇନ୍ରୁ ନିର୍ଗତ ହେଉନାହିଁ ବୋଲି ଏହି ବିବୃତିରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, କିଛି ଗଣମାଧ୍ୟମ ପାଣିରେ ଭାସୁଥିବା ତେଲ ଆଇଓସିଏଲ୍ ପାଇପ୍ରୁ ଲିକ୍ ହେଉଛି ବୋଲି ଖବର ପ୍ରକାଶ କରିଥିଲେ।
from OdishaReporter https://ift.tt/2Lsg91O
No comments:
Post a Comment