ଦେବୀଙ୍କୁ ଝଟ‌୍‍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ଦେବୀଙ୍କୁ ଝଟ‌୍‍କା

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କୁ ଶକ୍ତ ଝଟ‌୍‍କା ଲାଗିଛି। ବିଜେଡିର ‘ଆମ ଗାଁ ଆମ ବିକାଶ’ ଓ ‘ଆମ ସହର ଆମ ଉନ୍ନତି’ କାର୍ଯ୍ୟକ୍ରମ ଅନ୍ତର୍ଗତ ସେ ନିଜ ବଡ଼ମ୍ୱା ନିର୍ବାଚନମଣ୍ଡଳୀରେ ଗଢ଼ିଥିବା ୱାର୍ଡ-କମିଟି ତାଲିକାକୁ କୁଆଡ଼େ ଦଳ ଫେରାଇ ଦେଇଛି। ସେ ଦଳର ଏହି ଦୁଇ କାର୍ଯ୍ୟକ୍ରମର ସଂଯୋଜକ ଥାଇ ତାଙ୍କ ନିଜ ୱାର୍ଡ-କମିଟି ତାଲିକା ରିଜେକ୍ଟ୍ ହେବାକୁ ନେଇ ଦଳରେ ଚର୍ଚ୍ଚା।

୨୦୧୭ ମେ’ ୨୦ ତାରିଖରେ ବିଜେଡି ସରକାରର ବର୍ଷପୂର୍ତ୍ତି ଉତ୍ସବ ପାଳନ ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମର ଘୋଷଣା କରିଥିଲେ। ୱାର୍ଡ-କମିଟି ଗଠନ ପ୍ରକ୍ରିୟା ଚୂଡ଼ାନ୍ତ କରିବାକୁ ବାରମ୍ୱାର ଦଳ ପକ୍ଷରୁ ତାଗିଦ‌୍‍ କରାଯାଇଥିଲେ ବି ବର୍ଷେ ପରେ ମଧ୍ୟ ୨୦ରୁ ୩୦ଟି ବିଧାନସଭା ମଣ୍ଡଳୀର ୱାର୍ଡ-କମିଟି ତାଲିକା ଚୂଡ଼ାନ୍ତ ହୋଇପାରିନି। ଶୁଣିବାକୁ ମିଳୁଛି, ଦଳ ପକ୍ଷରୁ ବାରମ୍ୱାର ଚାପ ପଡ଼ିବା ପରେ ଦେବୀ କୁଆଡ଼େ ୱାର୍ଡ-କମିଟି ଗଠନ କରି ନବୀନ ନିବାସକୁ ତାଲିକା ଧରାଇ ଦେଇଥିଲେ। କିନ୍ତୁ ଦେବୀ ଯେଉଁ ତାଲିକା ଦେଇଥିଲେ ତାହା କୁଆଡ଼େ ମନଇଚ୍ଛା ଓ ଭୁଲ‌୍‍ ତଥ୍ୟ ଉପରେ ପର୍ଯ୍ୟବସିତ ବୋଲି ନବୀନ ନିବାସ ଜାଣିପାରିଥିଲା। ଏପରିକି ୱାର୍ଡକମିଟି ସଦସ୍ୟଙ୍କ ସହ ଫୋନ୍‌ରେ କଥା ହେବା ପରେ ଦେବୀଙ୍କ ତାଲିକା ନକଲି ବୋଲି ଜାଣି ନବୀନ ନିବାସ ସେହି ତାଲିକାକୁ ରଦ୍ଦ କରିବା ସହ ଫେରାଇ ଦେଇଥିଲା। ଆଉ ଅନିଚ୍ଛା ସତ୍ୱେ ଦେବୀ କୁଆଡ଼େ ପୁଣିଥରେ ସଠିକ‌୍‍ ତାଲିକା ପ୍ରସ୍ତୁତ କରିବାକୁ ବାଧ୍ୟ ହୋଇଛନ୍ତି। ଦେବୀଙ୍କ ଫର୍ମୂଲା ଆପଣାଇ ଦଳର ଯେଉଁ ନେତାମାନେ ମନଇଚ୍ଛା ୱାର୍ଡ-କମିଟି ତାଲିକା ଦେଇଥିଲେ ସେମାନେ ଏବେ ନିଜ ନିଜର ତାଲିକାର ଯାଞ୍ଚକୁ ନେଇ ଆଶଙ୍କାରେ ଥିବା ଚର୍ଚ୍ଚା।



from OdishaReporter https://ift.tt/2L9oXZF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages