ଫିକ୍ସଡ୍‌ ଡିପୋଜିଟ୍‌ ଉପରେ ସୁଧ ବଢ଼ାଇଲା ଏସ୍‌ବିଆଇ: ଜାଣନ୍ତୁ ବର୍ତ୍ତମାନ ଆପଣ କେତେ ଟଙ୍କା ପାଇବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଫିକ୍ସଡ୍‌ ଡିପୋଜିଟ୍‌ ଉପରେ ସୁଧ ବଢ଼ାଇଲା ଏସ୍‌ବିଆଇ: ଜାଣନ୍ତୁ ବର୍ତ୍ତମାନ ଆପଣ କେତେ ଟଙ୍କା ପାଇବେ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ‘ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (ଏସ୍‌ବିଆଇ) ଆଜି ଫିକ୍ସଡ୍‌ ଜମାକାରୀଙ୍କୁ ଖୁସି କରିଦେଇଛି। ବ୍ୟାଙ୍କ ପକ୍ଷରୁ ଫିକ୍ସଡ୍‌ ଡିପୋଜିଟ୍‌ର ସୁଧହାରକୁ ବୃଦ୍ଧି କରାଯାଇଛି।

ଆଜିଠାରୁ ଏହି ନିୟମ ଲାଗୁ ହୋଇଛି।

ଏସ୍‌ବିଆଇ ପକ୍ଷରୁ କୁହାଯାଇଛି ଯେ ବ୍ୟାଙ୍କ ପକ୍ଷରୁ ୧ରୁ ୨ ବର୍ଷ ପର୍ଯ୍ୟନ୍ତ ଫିକ୍ସଡ୍‌ ଡିପୋଜିଟ୍‌ ବାବଦକୁ ୬.୭୦% ସୁଧ ଦେବ। ପୂର୍ବରୁ ବ୍ୟାଙ୍କ ୬.୬୫% ସୁଧ ଦେଉଥିଲା।

ସେହିପରି ୨ରୁ ୩ ବର୍ଷ ଯାଏ ଫିକ୍ସଡ୍‌ ଡିପୋଜିଟ୍‌ ଉପରେ ୬.୭୫% ସୁଧ ଦିଆଯିବ। ପୂର୍ବରୁ ଏହା ୬.୬୫% ଥିଲା।

ବରିଷ୍ଠ ନାଗରିକଙ୍କ ଫିକ୍ସଡ୍‌ ଡିପୋଜିଟ୍‌ ଉପରେ ମଧ୍ୟ ଏସ୍‌ବିଆଇ ସୁଧହାର ବୃଦ୍ଧି କରିଛି। ବରିଷ୍ଠ ନାଗରିକମାନେ ୧ରୁ ୨ ବର୍ଷର ଫିକ୍ସଡ୍‌ ଡିପୋଜିଟ୍‌ କରିଥିଲେ ୭.୧୫% ବଦଳରେ ୭.୨୦% ସୁଧ ପାଇବେ।

୨ରୁ ୩ ବର୍ଷ ଫିକ୍ସଡ୍‌ ଡିପୋଜିଟ୍‌ ଉପରେ ଏଣିକି ୭.୧୫% ବଦଳରେ ୭.୨୫% ସୁଧ ମିଳିବ। ଏହି ସୁଧହାର କେବଳ ୧ କୋଟି ଟଙ୍କା ଜମା ଯାଏ ଲାଗୁ ହେବ।



from OdishaReporter https://ift.tt/2uZRffO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages