ଦାମୋଦର କ’ଣ ଭୟଙ୍କର ! ଏମିତି କାହିଁକି କହିଲେ ବିଷ୍ଣୁ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଦାମୋଦର କ’ଣ ଭୟଙ୍କର ! ଏମିତି କାହିଁକି କହିଲେ ବିଷ୍ଣୁ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ରାଜନୀତିର ଦୁଇ ବରିଷ୍ଠ ନେତା ତଥା ବିଜେଡିର ତୁଣ୍ଡ ଡା. ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ କଳି କଥା ସମସ୍ତେ ଜାଣିଛନ୍ତି। ଏଥର କିନ୍ତୁ କଳି ନୁହେଁ, ପାରମ୍ପରିକ ଶତ୍ରୁଙ୍କ ସମ୍ପର୍କରେ ସାଧା କଥାଟିଏ କହି ଚର୍ଚ୍ଚାକୁ ଆସିଛନ୍ତି ଦାସେ। ସେ କାଳେ ଦାମୋଦର ବାବୁଙ୍କୁ ବଡ଼ ଭୟ କରନ୍ତି । ଏ କଥା ଶୁଣିବା ପରେ ବିଷ୍ଣୁଙ୍କ କଥାର ଅସଲ ମଞ୍ଜ ଖୋଜିବାକୁ ଆମେ ତାଙ୍କୁ ପ୍ରଶ୍ନ କଲୁ। ଜାଣିଛନ୍ତି, ସେ କ’ଣ କହିଛନ୍ତି ? ତା ହେଲେ ପଢ଼ନ୍ତୁ।

“ମୁଁ ଦାମବାବୁଙ୍କୁ ସବୁବେଳେ ଭୟ କରେ। କାରଣ ସେ ହେଉଛନ୍ତି ପାର୍ଟିର ତୁଣ୍ଡ, ବରିଷ୍ଠ ମୁଖପାତ୍ର, ବରିଷ୍ଠ ନେତା, ବରିଷ୍ଠ ମନ୍ତ୍ରୀ । ତାଙ୍କ ସହିତ ବହୁ ଲୋକ ଅଛନ୍ତି। କେତେବେଳେ କଣ ହୋଇଯିବ। ସେଥିପାଇଁ ମୁଁ ସବୁବେଳେ ଭୟରେ ଥାଏ।”

ବିଷ୍ଣୁ ବାବୁଙ୍କ କଥା ଶୁଣି ଗଣମାଧ୍ୟମ ବନ୍ଧୁମାନେ ପ୍ରଶ୍ନ କଲେ- ଆପଣ ଭୟ କରନ୍ତି ! ହେଲେ କ’ଣ ପାଇଁ ?

“ତାଙ୍କ ସହିତ ବହୁ ଲୋକ ଅଛନ୍ତି। ସେ ଚାହିଁଲେ ମୋର ଗତିପଥ ଅବରୋଧ କରିଦେବେ। ତେଣୁ ମୁଁ ପାରାଦୀପ ଯିବାକୁ ଭାରି ଡରେ। ହେଲେ ଏ କଥା ସତ, ସେ ଭାରି କଡ଼ା ଲୋକ। ଆଗକୁ ଆହୁରି କଡ଼ା ମନ୍ତବ୍ୟ ଦେବେ ।” ବୋଲି ଉତ୍ତର ଦେଇଛନ୍ତି ଶ୍ରୀ ଦାସ।

 

ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ଏସ୍‌ଟିଏଫ୍‌ ନିରାକାର ଡମ୍ପର ଆସୋସିଏସନର ସମ୍ପାଦକ ବାପୁ ପରିଡ଼ାଙ୍କୁ ଗିରଫ କରିଥିଲା। ହତ୍ୟା ଧମକ୍‌ ସହ ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହୋଇଥିଲେ ବି ସେ ଗ୍ୟାଙ୍ଗଷ୍ଟର ଟିଟୋର ଅନ୍ୟତମ ବଡ଼ ସହଯୋଗୀ ବୋଲି ଜାଣିବାକୁ ପାଇଥିଲା ଏସ୍‌ଟିଏଫ୍‌। ଏଣେ ତାଙ୍କ ସହ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏ ନେଇ ବିଷ୍ଣୁ ଦାସଙ୍କୁ ପ୍ରଶ୍ନ ପଚାରିବାରୁ ଏଭଳି ଉତ୍ତର ମିଳିଛି।



from OdishaReporter https://ift.tt/2M3v0fw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages