ପାଠ କମ୍ ପଢ଼ିଛନ୍ତି, କିନ୍ତୁ ଅଧିକ ଦର୍ଶାଇଛନ୍ତି; ଆପ୍‌ ବିଧାୟକଙ୍କ ନାଁରେ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ପାଠ କମ୍ ପଢ଼ିଛନ୍ତି, କିନ୍ତୁ ଅଧିକ ଦର୍ଶାଇଛନ୍ତି; ଆପ୍‌ ବିଧାୟକଙ୍କ ନାଁରେ ଅଭିଯୋଗ

fatahsinh

ନୂଆଦିଲ୍ଲୀ: ଫସିଯାଇଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଆଉ ଜଣେ ବିଧାୟକ। ତାଙ୍କ ନାଁ ଫତେହ ସିଂହ।  ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ବେଳେ ସେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ନେଇ ଯେଉଁ ତଥ୍ୟ ଦେଇଥିଲେ, ତାହା ମିଛ ବୋଲି ଥାନାରେ ଅଭିଯୋଗ ହୋଇଛି। ଦିଲ୍ଲୀର ଏକ କୋର୍ଟଙ୍କ ନିର୍ଦ୍ଦେଶରେ ପୋଲେରାମ୍‌ ନାମକ ଜଣେ ବ୍ୟକ୍ତି ତାଙ୍କ ନାଁରେ ଥାନାରେ ଏହି ଅଭିଯୋଗ କରିଛନ୍ତି।

ଫତେହ ସିଂହ ନାମାଙ୍କନ ପତ୍ରରେ ଉଲ୍ଲେଖ କରିଥିଲେ ଯେ ସେ ଉତ୍ତର ପ୍ରଦେଶ ବୋର୍ଡରୁ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ସେ ଚୌଧରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତେବେ ଏହା ପୂରାପୂରି ମିଛ ବୋଲି ଅଭିଯୋଗ ହୋଇଛି। ଏହା ପରେ ବିଧାୟକ ତାଙ୍କ ସପକ୍ଷରେ ଜମା କରିଥିବା ତଥ୍ୟକୁ ପୁଲିସ୍ ଯାଞ୍ଚ୍ କରୁଛି।

ଏହା ପୂର୍ବରୁ ଦିଲ୍ଲୀର ପୂର୍ବତନ ଆଇନ୍‌ ମନ୍ତ୍ରୀ ତଥା ଆପ୍‌ ବିଧାୟକ ଜିତେନ୍ଦ୍ର ସିଂହ ତୋମରଙ୍କ ‘ଲ’ ଡିଗ୍ରୀ ଜାଲ୍‌ ବୋଲି ଜଣାପଡ଼ିଥିଲା। ତେବେ ତିଲ୍‌କାମାଂଝୀ ଭଗଲପୁର ବିଶ୍ୱବିଦ୍ୟାଳୟ ତାଙ୍କ ଡିଗ୍ରୀ ଜାଲ୍ ବୋଲି କହିଥିଲା। ସେ ଏହି ବିଶ୍ୱବିଦ୍ୟାଳୟରୁ ଆଇନ୍‌ରେ ଡିଗ୍ରୀ କରିଥିଲେ ବୋଲି କହିଥିଲେ। ସେହିଭଳି ଦିଲ୍ଲୀର କେଣ୍ଟ୍‌ ଅଞ୍ଚଳର ଆପ୍ ବିଧାୟକ ସୁରେନ୍ଦ୍ର ସିଂହ ଓ ବିଜେପି ନେତା କରଣ ସିହଂ ତମ୍ବରଙ୍କ ବିରୁଦ୍ଧରେ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା।



from OdishaReporter https://ift.tt/2O3xlIy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages