ସୁପର୍‌ମାର୍କେଟ୍‌ରେ ଗୁଳିମାଡ଼, ଜଣେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ସୁପର୍‌ମାର୍କେଟ୍‌ରେ ଗୁଳିମାଡ଼, ଜଣେ ଗିରଫ

000

ୱାଶିଂଟନ୍‌: ଆମେରିକାର ଲସ୍ ଏଞ୍ଜିଲିସ୍‌ର ଏକ ସୁପର୍‌ମାର୍କେଟ୍‌ରେ ଜଣେ ବ୍ୟକ୍ତି ହଠାତ୍ ଗୁଳି ଚଳାଇବାରୁ ଉପସ୍ଥିତ ଲୋକେ ଭୟଭୀତ ହୋଇଯାଇଥିଲେ। ଏହା ପରେ ପୁଲିସ୍‌ ସେଠାରେ ପହଞ୍ଚି ପୂରା ଅଞ୍ଚଳକୁ ଘେରି ଦେଇଥିଲା ଓ ଉକ୍ତ ବନ୍ଧୁକଧାରୀଙ୍କୁ ଗିରଫ କରିଥିଲା।

ମିଳିଥିବା ସୂଚନା ଅନୁସାରେ, ବନ୍ଧୁକଧାରୀ ପ୍ରଥମେ ସୁପର୍‌ମାର୍କେଟ୍‌ରେ ପଶି ଜଣେ ବୟସ୍କ ମହିଳା ଓ ଯୁବତୀଙ୍କୁ ଗୁଳି ମାରିଥିଲା। ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାପରେ ପୁଲିସ୍‌ ସହିତ ତା’ର ମୁହାଁମୁହିଁ ହୋଇଥିଲା। ସେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା। ପୁଲିସ୍ ତାକୁ ଗୋଡ଼ାଇବାରୁ ସେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା ଓ ପରେ ଏକ ଗ୍ରୋସରୀ ଷ୍ଟୋର୍‌ରେ ପଶିଯାଇଥିଲା। ତେବେ ପୁଲିସ୍‌ ତାକୁ ଧରିବାରେ ସଫଳ ହୋଇଥିଲା। ପୁଲିସ୍‌ ତାର ପରିଚୟ କହି ନାହିଁ। ତାକୁ ପଚରାଉଚରା ଚାଲିଛି।

ଏହି ବନ୍ଧୁକଧାରୀ ଓ ପୁଲିସ୍ ମଧ୍ୟରେ ଗୁଳିବିନିମୟ ବେଳେ ସୁପର୍‌ମାର୍କେଟ୍ ଭିତରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ଏହି ଘଟଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଗୁରୁତ୍ୱର ସହିତ ନେଇଛନ୍ତି। ସେ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇଥିଲେ।



from OdishaReporter https://ift.tt/2A0iLP2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages