ଲଣ୍ଡନ୍‌ ବସ୍‌ରେ ଲାଗିଛି ଓଡ଼ିଶା ବିଜ୍ଞାପନ: ଉଦ୍ଦେଶ୍ୟ, ହକି ସହ ପର୍ଯ୍ୟଟନ ସ୍ଥଳର ପ୍ରଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ଲଣ୍ଡନ୍‌ ବସ୍‌ରେ ଲାଗିଛି ଓଡ଼ିଶା ବିଜ୍ଞାପନ: ଉଦ୍ଦେଶ୍ୟ, ହକି ସହ ପର୍ଯ୍ୟଟନ ସ୍ଥଳର ପ୍ରଚାର

hockey-odisha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ମଧ୍ୟରେ ଅନୁଷ୍ଠିତ ହେବ ପୁରୁଷ ବିଶ୍ୱକପ୍‌ ହକି ଚାମ୍ପିଅନ୍‌ସିପ୍‌। ଏହି ସମୟରେ ଖେଳ ସହ ରାଜ୍ୟର ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସରକାରଙ୍କ ତରଫରୁ ଲଣ୍ଡନ୍‌ରେ ଚଳାଚଳ କରୁଥିବା ବସ୍‌ଗୁଡ଼ିକରେ ବିଜ୍ଞାପନ ଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପକୁ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ପ୍ରଶଂସା କରାଯାଉଛି।

ବସ୍‌ରେ ଲାଗିଥିବା ଏହି ବିଜ୍ଞାପନ ଲଣ୍ଡନ୍‌ବାସୀଙ୍କୁ ଆକର୍ଷିତ କରିପାରିବ। ଏହାସହ ସେମାନେ ଓଡ଼ିଶା ହକି ବିଶ୍ୱକପ୍‌ରେ ସାମିଲ ହୋଇପାରନ୍ତି। ଲଣ୍ଡନ୍‌ର ବିଭିନ୍ନ ପ୍ରମୁଖ ସ୍ଥାନ ସହ ବିମାନବନ୍ଦରକୁ ଯାଉଥିବା ବସ୍‌ରେ ଏହି ବିଜ୍ଞାପନ ଦିଆଯାଇଛି।

ରାଜ୍ୟ ସରକାର ଆରମ୍ଭ କରିଥିବା ଏହି ଅଭିଯାନର ନାଁ ‘Odisha by morning, hockey by evening’ ରଖାଯାଇଛି।

ସୂଚନାଯୋଗ୍ୟ, ବିଶ୍ୱକପ୍‌ ସମୟରେ କେବଳ ଯେ ଖେଳାଳିମାନେ ଓଡ଼ିଶା ଆସିବେ ତାହା ନୁହେଁ। ଏହି ସମୟରେ ବହୁ ବିଦେଶୀ ଦର୍ଶକ ମଧ୍ୟ ଆସିବେ। ସେମାନେ ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳ ବୁଲି ଦେଖିବାର ସୁଯୋଗ ପାଇବେ। ତେଣୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବିଦେଶୀ ଦର୍ଶକଙ୍କୁ ଅବଗତ କରାଇବା ପାଇଁ ରାଜ୍ୟ ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି।



from OdishaReporter https://ift.tt/2AdWTjn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages