ସାଇକେଲ୍‌ରୁ ପଡ଼ିଗଲେ ‘ଲାଲୁ’ ନନ୍ଦନ: କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ସାଇକେଲ୍‌ରୁ ପଡ଼ିଗଲେ ‘ଲାଲୁ’ ନନ୍ଦନ: କହିଲେ ଏମିତି କଥା

tej-pratap-yadav

ପାଟନା: ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ୍‌ ପ୍ରତାପ ଯାଦବଙ୍କ ଏକ ଭିଡ଼ିଓ ଓ ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏଥିରେ ସେ ସାଇକେଲ୍‌ ଚଲାଉ ଥିବା ବେଳେ ତଳେ ପଡ଼ିଯାଉଥିବା ଦେଖିବାକୁ ମିଳୁଛି।

ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧି ପ୍ରତିବାଦରେ ଆର୍‌ଜେଡି ପକ୍ଷରୁ ଗୁରୁବାର ଏକ ସାଇକେଲ୍‌ ଶୋଭାଯାତ୍ରା ବାହାର କରାଯାଇଥିଲା। ଏଥିରେ ତେଜ୍‌ ପ୍ରତାପ ସାମିଲ୍‌ ହୋଇଥିଲେ। ଶୋଭାଯାତ୍ରାର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ସାଇକେଲ୍‌ ଚଲାଇବା ନେଇ ସଚେତନ କରିବା। ତେବେ ତେଜ୍‌ ପ୍ରତାପ ସାଇକେଲ୍‌ ଚଳାଉଥିବା ବେଳେ ପଡ଼ି ଯାଇଥିଲେ। ତେବେ ଏନେଇ ତାଙ୍କ ପ୍ରତିକ୍ରିୟାରେ ତେଜ୍‌ପ୍ରତାପ କହିଥିଲେ,“ଲୋକେ ଉପରକୁ ଉଠିବାକୁ ତଳେ ପଡ଼ିଥାନ୍ତି।”

ସୂଚନାଯୋଗ୍ୟ, ତେଜ୍‌ ପ୍ରତାପଙ୍କ ଫଟୋ ଭାଇରାଲ୍‌ ହେବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ସାଇକେଲ୍‌କୁ ନେଇ ତାଙ୍କର ଆଉ ଏକ ଫଟୋ ଭାଇରାଲ୍‌ ହୋଇଥିଲା। ତେବେ ସେଥିରେ ସେ ତଳେ ପଡ଼ି ନଥିଲେ। ଏହି ଫଟୋରେ ତାଙ୍କ ପତ୍ନୀଙ୍କ ସହ ସାଇକେଲ୍‌ରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସେହିପରି ସେ ଗାଧୋଉ ଥିବାର ଏକ ଭିଡିଓ ମଧ୍ୟ ସୋଶାଲ୍‌ ମିଡିଆରେ ବହୁତ ଭାଇରାଲ୍‌ ହୋଇଥିଲା।



from OdishaReporter https://ift.tt/2OlHVLm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages