
ବାରିପଦା (ମାଣିକ ଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍ ଅଧ୍ୟକ୍ଷା ପାର୍ବତୀ ହେମ୍ବ୍ରମଙ୍କୁ ଜଣେ ମହିଳା ମାଡ଼ ମାରିବା ସହିତ ଜୋତାମାଳ ପିନ୍ଧାଇ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏକ ନାବାଳିକା ଅପହରଣ ମାମଲାର ରଫାଦଫା କରିବା ପାଇଁ ନୂଆଡ଼ିହି ଗାଁକୁ ଯାଇଥିଲା ବେଳେ ବ୍ଲକ୍ ଅଧ୍ୟକ୍ଷାଙ୍କୁ ଏମିତି ହଟହଟା ହେବାକୁ ପଡ଼ିଛି ବୋଲି ଜଣାପଡ଼ିଛି। ଘଟଣାଟି ଗତ ଗୁରୁବାର ଦିନ ଘଟିଥିଲା।
ବାରିପଦା ସଦର ଥାନା ଅଧିକାରୀ ସ୍ୱର୍ଣ୍ଣଲତା ମିନ୍ସ କହିଛନ୍ତି,“ପାର୍ବତୀ ହେମ୍ବ୍ରମ ଏନେଇ ଏକ ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପୀଡ଼ିତାଙ୍କ ମା’ ତାଙ୍କୁ ଚୌକିରୁ ଠେଲି ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ବ୍ଳକ୍ ଅଧ୍ୟକ୍ଷାଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯାଇଛି।”
ଅନ୍ୟପକ୍ଷରେ ଉକ୍ତ ନାବାଳିକାଙ୍କ ମା’ ମଧ୍ୟ ବ୍ଳକ୍ ଅଧ୍ୟକ୍ଷାଙ୍କ ନାଁରେ ଏକ ଏତଲା ଦାଏର କରିଛନ୍ତି। ବ୍ଲକ୍ ଅଧ୍ୟକ୍ଷା ତାଙ୍କୁ ପ୍ରଥମେ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ଅଭିଯୋଗ ଅନୁସାରେ, ନୂଆଡ଼ିହି ଗାଁର ଏହି ନାବାଳିକାକୁ ରାଣିଭୋଳ ଗାଁର ଜଣେ ଯୁବକ ଅପହରଣ କରି ନେଇଛି। ଏନେଇ ନାବାଳିକାର ମାଆ ସଦର ଥାନାରେ ଅଭିଯୋଗ କରିଥିଲେ। ବ୍ଲକ୍ ଅଧ୍ୟକ୍ଷା ଉକ୍ତ ଯୁବକଙ୍କୁ ସହଯୋଗ କରୁଛନ୍ତି। ଉକ୍ତ ଯୁବକଙ୍କ ସହିତ ନାବାଳିକାର ବାହାଘର କରାଇ ଦେବାକୁ ସେ ଚାପ ପକାଇଥିଲେ।
from OdishaReporter https://ift.tt/2LWUBGQ
No comments:
Post a Comment