ଏହି ରାଶିର ମହିଳାମାନେ ସ୍ୱାମୀଙ୍କୁ ନିୟନ୍ତ୍ରଣରେ ରଖନ୍ତି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଏହି ରାଶିର ମହିଳାମାନେ ସ୍ୱାମୀଙ୍କୁ ନିୟନ୍ତ୍ରଣରେ ରଖନ୍ତି!

couple

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଲେ ଘରେ ସୁଖଶାନ୍ତି ରହିଥାଏ। ବେଳେ ବେଳେ ଦେଖିବାକୁ ମିଳେ କିଛି ମହିଳା ସେମାନଙ୍କ ସ୍ୱାମୀଙ୍କୁ ନିୟନ୍ତ୍ରଣ କରିବା ସହ ସେମାନଙ୍କୁ ଏଇଟା କର, ସେଇଟା କର ନାହିଁ ବୋଲି ଏକ ପ୍ରକାର ନିର୍ଦ୍ଦେଶ ଦେଇଥାନ୍ତି। ସ୍ୱାମୀଙ୍କ ସହ ଏପରି କରୁଥିବା ମହିଳାମାନେ ପୂରା ଘରୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସବୁ ମହିଳାଙ୍କ ସ୍ୱଭାବ ଏମିତି ହୋଇ ନଥାଏ। କିଛି ରାଶି ଏମିତି ଅଛି, ଯାହାର ପ୍ରଭାବରେ ମହିଳାମାନେ ଏମିତି ବ୍ୟବହାର କରିଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ମହିଳାମାନେ ନିଜ ସ୍ୱାମୀଙ୍କୁ ନିୟନ୍ତ୍ରଣରେ ରଖିଥାନ୍ତି।

ମେଷ: ଶକ୍ତିଶାଳୀ ଓ ମାନସିକ ସ୍ତରରେ ଦୃଢ଼ ପୁରୁଷଙ୍କୁ ବିବାହ କରିବାକୁ ମେଷ ରାଶିର ମହିଳାମାନେ ଅଧିକ ପସନ୍ଦ କରନ୍ତି। ଯଦି ସେମାନଙ୍କୁ ନିଜ ପସନ୍ଦର ସାଥୀ ନମିଳେ, ତେବେ ସେମାନେ ସ୍ୱାମୀଙ୍କୁ ନିଜ ନିୟନ୍ତ୍ରଣରେ ରଖିଥାନ୍ତି।

ବିଛା: ଏହି ରାଶିର ମହିଳାମାନଙ୍କୁ ଭଲ ଭାବେ ଚିହ୍ନିବା କାଠିକର ପାଠ ବୋଲି କୁହାଯାଏ। ତେବେ ଅନ୍ୟମାନଙ୍କ ମନ ଭିତରେ କ’ଣ ଚାଲିଛି ତାହା ଏହି ରାଶିର ମହିଳାମାନେ ଠିକ୍‌ ଆକଳନ କରିନେଇଥାନ୍ତି। କୌଣସି ଭୁଲ୍‌କୁ ଏମାନେ ସହଜରେ କ୍ଷମା କରି ନଥାନ୍ତି। ଏହି ରାଶିର ମହିଳାମାନେ ଅନ୍ୟମାନଙ୍କୁ ସବୁବେଳେ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତି। ସ୍ୱାମୀଙ୍କୁ ବି ଏମାନେ ନିଜ ନିୟନ୍ତ୍ରଣରେ ରଖନ୍ତି।

ସିଂହ: ଏହି ରାଶିର ମହିଳାମାନେ ସାଧାରଣତଃ ଶାନ୍ତ ଓ ଗମ୍ଭୀର ସ୍ୱଭାବର ହୋଇଥାନ୍ତି। କାହାରି ଉପରେ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ। ସ୍ୱାମୀଙ୍କୁ ସବୁବେଳେ ନିଜ ନିୟନ୍ତ୍ରଣରେ ରଖିବାର କଳା ଏମାନଙ୍କୁ ଭଲ ଭାବେ ଜଣା। ଏମାନଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ରହିଥାଏ। ଏମାନେ ଘରକୁ ନିଜ ଅଧୀନରେ ରଖିଥାନ୍ତି। ଏମାନେ ନିଜ ସ୍ୱାମୀଙ୍କ ସବୁ ଖବର ରଖନ୍ତି ଓ ସେମାନଙ୍କୁ ନିୟନ୍ତ୍ରଣ କରନ୍ତି।

ମକର: ଏହି ରାଶିର ମହିଳାମାନେ ଶାନ୍ତ ଓ ସାହସୀ ହୋଇଥାନ୍ତି। ବଡ଼ ବଡ଼ ସମସ୍ୟାକୁ ଏମାନେ ସାମ୍ନା କରିପାରନ୍ତି। କାହା ଆଗରେ ମୁଣ୍ଡ ନୂଆଁଇବାକୁ ଏମାନେ ପସନ୍ଦ କରନ୍ତି ନାହିଁ। ଏହି ଗୁଣ ପାଇଁ ଏମାନେ ନିଜ ସ୍ୱାମୀଙ୍କୁ ନିୟନ୍ତ୍ରଣରେ ରଖନ୍ତି।



from OdishaReporter https://ift.tt/2K452Xe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages