୧୩ ବର୍ଷ ବୟସରେ କମ୍ପାନୀ ମାଲିକ: ୨୦୦ ଲୋକଙ୍କୁ ଦେଇଛନ୍ତି ନିଯୁକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

୧୩ ବର୍ଷ ବୟସରେ କମ୍ପାନୀ ମାଲିକ: ୨୦୦ ଲୋକଙ୍କୁ ଦେଇଛନ୍ତି ନିଯୁକ୍ତି

boy

ନୂଆଦିଲ୍ଲୀ: ୧୩ ବର୍ଷର ତିଲକ୍‌ ମେହ୍‌ତା ଜଣେ ସାଧାରଣ ପିଲା ନୁହନ୍ତି! କାରଣ ଏହି ବୟସରେ ସେ ଯେଉଁ ସଫଳତା ହାସଲ କରିଛନ୍ତି, ତାହା କୌଣସି ସାଧାରଣ ପିଲା ପକ୍ଷେ ସମ୍ଭବ ନୁହେଁ! ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ତିଲକ୍‌ ନିଜର ଏକ କମ୍ପାନୀ ତିଆରି କରିଛନ୍ତି। ଆସନ୍ତା ୨ବର୍ଷରେ କମ୍ପାନୀ ତା’ର ବ୍ୟବସାୟକୁ ୧୦୦କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ତେବେ ଏ ବୟସରେ ସେ ବ୍ୟବସାୟୀ ପାଲଟିବା ପଛରେ ଏକ କାହାଣୀ ରହିଛି। ଆସନ୍ତୁ ପ୍ରଥମେ ସେ ବିଷୟରେ ଜାଣିବା।

ତିଲକ୍‌ ମୁମ୍ବାଇରେ ରହନ୍ତି। ତାଙ୍କ ବାପା ବିଶାଲ୍‌ ମେହ୍‌ତା ଏକ ଲଜିଷ୍ଟିକ୍‌ କଂପାନୀରେ ଚିଫ୍ ଏକ୍‌ଜିକ୍ୟୁଟିଭ୍ ଥିଲେ। ତାଙ୍କ ବାପାଙ୍କଠାରୁ ସେ ବ୍ୟବସାୟ କରିବାର ପ୍ରେରଣା ପାଇଥିଲେ।

ଗତ ବର୍ଷ ସହରର ଆଉ ଏକ ମୁଣ୍ଡରୁ ତିଲକ୍‌ଙ୍କୁ ଗୋଟେ ବହି ଦରକାର ଥିଲା। କିନ୍ତୁ ସେତେବେଳେ ତାଙ୍କ ବାପା ଘରେ ନଥିଲେ। ସେ ଆଉ କାହାଠୁ ମଧ୍ୟ ସାହାଯ୍ୟ ନେଇପାରିଲେ ନାହିଁ। ସୁବିଧା ହୋଇପାରିଲାନି ବୋଲି ବହି କିଣିବା ପାଇଁ ନିଜେ ବି ଯାଇପାରିଲେ ନାହିଁ। ଏହି ସମୟରେ ତାଙ୍କ ମୁଣ୍ଡରେ ଗୋଟେ କଥା ଜୁଟିଲା। ସେ ଚିନ୍ତାକଲେ କ’ଣ କଲେ ଛୋଟ ଛୋଟ ଜିନିଷଗୁଡ଼ିକ ଅଳ୍ପ ସମୟ ମଧ୍ୟରେ ଘରେ ପଞ୍ଚିପାରିବ। ଏ ବିଷୟରେ ଭାବି ଭାବି ତାଙ୍କ ମୁଣ୍ଡରେ ଷ୍ଟାର୍ଟଅପ୍ କଥା ପଶିଲା।   ଏ ବିଷୟରେ ସେ ତାଙ୍କ ବାପାଙ୍କୁ କହିଲେ। ତାଙ୍କ ବାପା ବି ଏଥିରେ ରାଜି ହୋଇଗଲେ। ତା’ପରେ ସେ ନିଜର କଂପାନୀ ପ୍ରତିଷ୍ଠା କରିବା ପାଇଁ ଯୋଜନା ଆରମ୍ଭ କଲେ। ଯୋଜନା ପ୍ରସ୍ତୁତ ହୋଇଗଲା ପରେ ସେ ଆରମ୍ଭ କଲେ ତାଙ୍କ କଂପାନୀ, ଯାହାର ନାଁ ରଖାଗଲା- ‘ପେପରସ୍‌ ଏନ୍ ପାର୍ସଲ୍‌ସ’। କଂପାନୀ ଚଲାଇବା ପାଇଁ ସେ ଜଣେ ବ୍ୟାଙ୍କର୍‌ଙ୍କୁ ସିଇଓ ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କ କଥାରେ ରାଜି ହୋଇ ସେହି ବ୍ୟାଙ୍କର ଚାକିରି ଛାଡ଼ିଥିଲେ ଓ ‘ପେପରସ୍ ଏନ୍ ପାର୍ସଲ୍‌ସ’ରେ ଯୋଗ ଦେଇଥିଲେ। କିଛି ଦିନ ମଧ୍ୟରେ କମ୍ପାନୀ ବେଶ୍ ଜଣାଶୁଣା ହୋଇସାରିଲାଣି।

କ’ଣ କାମ କରେ ଏହି କମ୍ପାନୀ?

ତିଲକ୍‌ ମେହତାଙ୍କ କମ୍ପାନୀ‘ପେପରସ୍‌ ଏନ୍ ପାର୍ସଲ୍‌ସ’ ଛୋଟ ଛୋଟ ପାର୍ସଲ୍‌ର ଡେଲିଭରି କରେ। ବ୍ୟବସାୟକୁ ସଠିକ୍‌ ଭାବରେ ଆଗକୁ ନେବା ପାଇଁ ତିଲକ୍‌ ମୁମ୍ବାଇରେ ଅଫିସ୍‌ରେ ଖାଦ୍ୟ ପହଞ୍ଚାଉ ଥିବା ଡବାବାଲାଙ୍କ ସାହାଯ୍ୟ ନେଇଛନ୍ତି। କମ୍‌ ଦାମ୍‌ରେ କେମିତି ଜିନିଷ ଡେଲିଭରି କରାଯାଇପାରିବ ସେଥିପାଇଁ କମ୍ପାନୀ ସବୁବେଳେ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।

କେମିତି କାମ କରେ କମ୍ପାନୀ?

‘ପେପରସ୍‌ ଏନ୍ ପାର୍ସଲ୍‌ସ’ ମୋବାଇଲ୍‌ ଆପ୍ଲିକେସନ୍‌ ମାଧ୍ୟମରେ କାମ କରିଥାଏ। ତିଲକ୍‌ଙ୍କ କହିବା ଅନୁଯାୟୀ, କମ୍ପାନୀରେ ଏବେ ୨୦୦ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସହିତ ୩୦୦ରୁ ଅଧିକ ଡବାବାଲାଙ୍କ ସହଯୋଗ ମଧ୍ୟ ନିଆଯାଉଛି। ଡବାବାଲାଙ୍କ ସାହାଯ୍ୟରେ ପ୍ରତିଦିନ ୧୨୦୦ରୁ ଅଧିକ ପାର୍ସଲ୍‌ ଲୋକଙ୍କ ନିକଟରେ ପହଞ୍ଚାଯାଏ।  ସର୍ବାଧିକ ୩ କିଲୋମିଟର ପର୍ଯ୍ୟନ୍ତ ପାର୍ସଲ୍‌ ଡେଲିଭରି କରାଯାଏ।  ଡେଲିଭରି ପାଇଁ ୪୦ରୁ ୧୮୦ ଟଙ୍କା ମଧ୍ୟରେ ଖର୍ଚ୍ଚ ହୋଇଥାଏ।



from OdishaReporter https://ift.tt/2Lov6Rz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages