ବର୍ଷାରେ ଭାଙ୍ଗିଲା ବିମାନ ବନ୍ଦର ଓ ରାଜଭବନ ପାଚେରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ବର୍ଷାରେ ଭାଙ୍ଗିଲା ବିମାନ ବନ୍ଦର ଓ ରାଜଭବନ ପାଚେରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ୍‌ ହୋଇପଡ଼ିଛି। ଗତକାଲି ରାତି ସାରା ପ୍ରବଳ ବର୍ଷା ହେବା ଯୋଗୁ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, କଳିଙ୍ଗ ଷ୍ଟାଡିୟମ, ଶୈଳଶ୍ରୀ ବିହାର ଓ ପୁରୁଣା ଭୁବନେଶ୍ୱରର ଗୌରୀ ନଗର ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି।

ନୟାପଲ୍ଲୀ ଅଞ୍ଚଳରେ ଅଣ୍ଟାଏ ଉଚ୍ଚରେ ପାଣି ଜମି ଥିବାବେଳେ ଅନେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶି ଯାଇଛି। ଫଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜୟଦେବ ବିହାର ଓ ଆଚାର୍ଯ୍ୟ ବିହାର ତଳି ଅଞ୍ଚଳରେ ନଈ ଭଳି ସୁଅ କାଟି ପାଣି ଚାଲୁଛି। ଓଡ୍ରାଫ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରୁଛନ୍ତି।

ସେହିପରି ରବି ଟକିଜ୍, ପୁରୁଣା ଭୁବନେଶ୍ୱର, ଝାରପଡ଼ା ଓ ବାଣୀବିହାର ଅଞ୍ଚଳର ତଳିଆ ସ୍ଥାନରେ ମଧ୍ୟ ଲୋକଙ୍କ ଘରେ ପାଣି ପଶିଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ପାଚେରି ଭୁଶୁଡ଼ି ପଡ଼ିଛି। କାର୍ଗିଲ ବସ୍ତି ପଟକୁ ରହିଥିବା ପାଚେରି ଭୁଶୁଡ଼ି ପଡ଼ିଛି। ରାଜଭବନ ହରିଣ ପାର୍କର ମଧ୍ୟ ପାଚେରି ଭାଙ୍ଗି ଯାଇଛି।



from OdishaReporter https://ift.tt/2zTgVzm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages