
ପୁରୀ (ଓଡ଼ିଶା ରିପୋର୍ଟର) ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଝଟକିବେ ମହାପ୍ରଭୁ। ସୁନା ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଦ୍ଧାରିତ ହୋଇଛି। କାଲି ସକାଳୁ ଶ୍ରୀଜିଉମାନଙ୍କର ମଙ୍ଗଳ ଆଳତି, ଅବକାଶ ନୀତି, ଗୋପାଳବଲ୍ଲଭ ଓ ସକାଳ ଧୂପ ପରେ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ଅପରାହ୍ଣ ୫ଟାରୁ ଠାକୁରଙ୍କ ସୁନାବେଶ ଆରମ୍ଭ ହେବ।
ସନ୍ଧ୍ୟା ୬ଟା ୩୦ ପରଠୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ସୁନା ବେଶ ଦର୍ଶନ କରିବେ। ସୁନାବେଶ ଲାଗି ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁନାବେଶ ଦର୍ଶନ ଲାଗି ପୁରୀରେ ୮ରୁ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଥିବାରୁ ଶୃଙ୍ଖଳିତ ଦର୍ଶନ ଓ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସାରିବା ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଛି ବୋଲି ଅତିରିକ୍ତ ପୁଲିସ୍ ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି।
from OdishaReporter https://ift.tt/2A0362p
No comments:
Post a Comment