ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ୬ ଜିଲ୍ଲାକୁ ଆଲର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ୬ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର : ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାରେ ଆଲର୍ଟ ଜାରି ହୋଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ଆଜି କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାପାଳଙ୍କୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଉପର ମୁଣ୍ଡରେ ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଆସନ୍ତାକାଲି ଅପରାହ୍ନ କିମ୍ୱା ସନ୍ଧ୍ୟା ସୁଦ୍ଧା କଟକ ମୁଣ୍ଡୁଳୀଠାରେ ମହାନଦୀରେ ପ୍ରାୟ ସାଢ଼େ ୭ଲକ୍ଷରୁ ୮ଲକ୍ଷ କ୍ୟୁସେକ‌୍‍ ଜଳ ପ୍ରବାହିତ ହେବ। ଯେଉଁଥିପାଇଁ ମହାନଦୀ ଓ ତାର ଶାଖା ନଦୀରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଜିଲ୍ଲାପାଳମାନେ ତୁରନ୍ତ ସମ୍ୱେଦନଶୀଳ ଓ ଦୁର୍ବଳ ନଦୀବନ୍ଧ ଉପରେ ସତର୍କ ନଜର ରଖିବା ପାଇଁ ଭ୍ରାମ୍ୟମାଣ ଟିମ‌୍‍ ପଠାଇବାକୁ ରିଲିଫ୍‌ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ତଳିଆ ଅଂଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାର ଆଶଙ୍କା ଥିବାରୁ ସେଥିପାଇଁ ଯୋଜନା ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଦେଶୀଡଙ୍ଗା, ପାୱାର ବୋଟ୍‌ ସହ ସାଟେଲାଇଟ୍‌ ଫୋନ‌୍‍, ଜେନେରେଟର, ଟାୱାରଲାଇଟ‌୍‍, ଗାଡ଼ି ଆଦି ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିଦ୍ଦେର୍ଶ ଦିଆଯାଇଛି। ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଆବଶ୍ୟକ ସରଞ୍ଜାମ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏହା ସହିତ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବାର ଆଶଙ୍କା ଥିବାରୁ ଯାନବାହନ ଚଳପ୍ରଚଳକୁ ନିୟନ୍ତ୍ରିତ କରିବା ପାଇଁ ସମସ୍ତ ଆରଟିଓଙ୍କୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌  ଖୋଲି ସମସ୍ତ କର୍ମଚାରୀଙ୍କୁ ଆଲର୍ଟ ରଖିବାକୁ ଶ୍ରୀ ସେଠୀ ପରାମର୍ଶ ଦେଇଛନ୍ତି।



from OdishaReporter https://ift.tt/2A0u1Lf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages