ଏହି ୫ଟି କାମ କଲେ ଜବରଦସ୍ତ ମାଇଲେଜ୍‌ ଦେବ ଆପଣଙ୍କ ବାଇକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଏହି ୫ଟି କାମ କଲେ ଜବରଦସ୍ତ ମାଇଲେଜ୍‌ ଦେବ ଆପଣଙ୍କ ବାଇକ୍‌

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଥିବା ପେଟ୍ରୋଲ୍‌ ଦର ସାଧାରଣ ଲୋକଙ୍କ ପକେଟ୍‌ ଉପରେ ଅଧିକ ଭାରୀ ପଡ଼ୁଛି। ଏହା ପ୍ରତୋକ୍‌ ବାଇକ୍‌ ଚାଳକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ସେଥିପାଇଁ ଅଧିକାଂଶ ଲୋକ ଅଧିକ ମାଇଲେଜ୍‌ଯୁକ୍ତ ବାଇକ୍‌ କିଣିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ବାଇକ୍‌ କିଣିବାର କିଛି ଦିନ ପରେ ଅନେକ କାରଣରୁ ଏହାର ମାଇଲେଜ୍‌ ଧୀରେ ଧୀରେ କମିଯାଉଛି। ଫଳରେ ବାଇକ୍‌ରେ ଅଧିକ ତେଲ ପୋଡ଼ୁଛି। ଆମର ବେପରୁଆ ଗାଡ଼ି ଚାଳନା ଯୋଗୁ ଏପରି ହେଉଛି। ତେଣୁ ଆମେ ଆଜି ଆପଣଙ୍କୁ କିଛି ଏପରି ଟିପ୍‌ସ ବତାଇବୁ, ଯାହାଦ୍ୱାରା ଆପଣ ଖୁବ୍‌ ସହଜରେ ଆପଣଙ୍କ ବାଇକ୍‌ର ମାଇଲେଜ୍‌ ବଢ଼ାଇ ପାରିବେ। ଏଥିରେ ପେଟ୍ରୋଲ୍‌ ଖର୍ଚ୍ଚ କମ୍‌ ହେବା ସହିତ ବାଇକ୍‌ ମଧ୍ୟ ଖରାପ୍‌ ହେବ ନାହିଁ। ତାହାଲେ ଆସନ୍ତୁ ଜାଣିବା ସେଭଳି କିଛି ଟିପ୍‌ସ।

୧. ଟାୟାର୍‌ରେ ଏୟାର୍‌ ପ୍ରେସର୍‌ କମ୍‌ଥିଲେ ବାଇକ୍‌ର ମାଇଲେଜ୍‌ କମିବା ସହିତ ଇଞ୍ଜିନ୍‌ ଉପରେ ଚାପ ପଡ଼ିଥାଏ। ପ୍ରେସର୍‌ କମ୍‌ ଥିଲେ ମାଇଲେଜ୍‌ ପାଖାପାଖି ୧୦ରୁ ୧୫ ପ୍ରତିଶତ କମ୍‌ ହୋଇଯାଏ। ତେଣୁ ସମୟ ସମୟରେ ପ୍ରେସର୍‌ ଚେକ୍‌ କରିବା ସହିତ ଉପଯୁକ୍ତ ପ୍ରେସର୍‌ ଦିଅନ୍ତୁ।

୨. ଅନେକ ସମୟରେ ବାହାରେ ମିଳୁଥିବା ପେଟ୍ରୋଲ୍‌ ଭେଜାଲ୍‌ ହୋଇଥାଏ। ଏହି ତେଲକୁ ଗାଡ଼ିରେ ବ୍ୟବହାର କଲେ ଅଧିକ ତେଲ ପୋଡ଼ିବା ସହିତ ବାଇକ୍‌ରେ ମାଇଲେଜ୍‌ କମିଥାଏ। ତେଣୁ ବିଶ୍ୱସନୀୟ ପେଟ୍ରୋଲ୍‌ ପମ୍ପରେ ହିଁ ତେଲ ପକାନ୍ତୁ।

୩. ଅନେକ ମେକାନିକ୍‌ ବାଇକ୍‌ର ପର୍‌ଫର୍ମାନ୍‌ସ ବଢ଼ାଇବା ପାଇଁ ଇଞ୍ଜିନ୍‌ କାର୍‌ବ୍ୟୁରେଟର୍‌ ଟ୍ୟୁନିଂ ବଢ଼ାଇ ଦେଇଥାନ୍ତି। ଏହାଦ୍ୱାରା ଇଞ୍ଜିନ୍‌ ଅଧିକ ପେଟ୍ରୋଲ୍‌ ଟାଣିଥାଏ। ଏଥିପ୍ରତି ସାବଧାନ ରୁହନ୍ତୁ।

୪. ଅଧିକାଂଶ ସମୟରେ ଆବଶ୍ୟକତାଠାରୁ ଅଧିକ ବେଗରେ ବାଇକ୍‌ ଚଲାଇବା, ଟ୍ରାଫିକ୍‌ରେ ବାରମ୍ବାର ବ୍ରେକ୍‌ ମାରିବା ବାଇକ୍‌ ଉପରେ ଚାପ ସୃଷ୍ଟି କରିଥାଏ। ତେଣୁ ଅଧିକ ବେଗରେ ବାଇକ୍‌ ନ ଚଲାଇ ଇକୋନମିକ୍‌ ରେଟ୍‌ରେ ଚଲାନ୍ତୁ। ଟ୍ରାଫିକ୍‌ ଛକରେ ଅଟକି ଥିଲେ ଇଞ୍ଜିନ୍‌ ବନ୍ଦ କରନ୍ତୁ। ଏହାଦ୍ୱାରା ଗାଡ଼ି ଶୀଘ୍ର ଖରାପ୍‌ ହେବ ନାହିଁ ଓ ମାଇଲେଜ୍‌ ଠିକ୍‌ ରହିବ।

୫. କୌଣସି କାରଣ ନ ଥାଇ ହଠାତ୍‌ ବ୍ରେକ୍‌ ମାରି ବାଇକ୍‌ ଅଟକାଇବାକୁ ଚେଷ୍ଟା କରନ୍ତୁ ନାହିଁ। ବରଂ ଧୀରେ ଧରେ ଏହାର ଏକ୍‌ସଲେରେସନ୍‌ କମ୍‌ କରିଦିଅନ୍ତୁ। ଉପଯୁକ୍ତ ଗିୟରରେ ବାଇକ୍‌ ଚଲାନ୍ତୁ। ଦେଖିବେ ବାଇକ୍‌ର ମାଇଲେଜ୍‌ ଠିକ୍‌ ରହିବ।

 



from OdishaReporter https://ift.tt/2LjKrDS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages