ଟେଷ୍ଟ୍‌ କ୍ରିକେଟ୍‌ରେ ଇତିହାସ ରଚିବ ଇଂଲଣ୍ଡ: ଭାରତ ବିପକ୍ଷରେ ଖେଳାଯିବ ଏହି ମ୍ୟାଚ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଟେଷ୍ଟ୍‌ କ୍ରିକେଟ୍‌ରେ ଇତିହାସ ରଚିବ ଇଂଲଣ୍ଡ: ଭାରତ ବିପକ୍ଷରେ ଖେଳାଯିବ ଏହି ମ୍ୟାଚ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ ଆରମ୍ଭ ହେଉ ହେଉ ଇଂଲଣ୍ଡ ଟିମ୍‌ ଏକ ବିଶ୍ୱ କିର୍ତ୍ତୀମାନ ନିଜ ନାଁରେ କରିବାକୁ ଯାଉଛି। କାରଣ ଅଗଷ୍ଟ ୧ ତାରିଖ ଠାରୁ ଆରମ୍ଭ ହେଉଥିବା ପ୍ରଥମ ମ୍ୟାଚ୍‌ ପରେ ଇଂଲଣ୍ଡ ଦୁନିଆର ଏକମାତ୍ର ଟିମ୍‌ ଭାବେ ୧୦୦୦ ଟେଷ୍ଟ ଖେଳିବାର ରେକର୍ଡ ନିଜ ନାଁରେ କରିବ।

୧୮୭୭ ମସିହାରେ ପ୍ରଥମ ଥର ପାଇଁ ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା। ଇଂଲଣ୍ଡ ଏପର୍ଯ୍ୟନ୍ତ ସର୍ବାଧିକ ୯୯୯ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସର୍ବାଧିକ ୮୧୨ଟି ଟେଷ୍ଟ ମ୍ୟାଚ୍‌ ଖେଳିଛି। ଆଜି ପର୍ଯ୍ୟନ୍ତ ବିଶ୍ୱ ଇତିହାସରେ ୨୩୧୩ଟି ଟେଷ୍ଟ ମ୍ୟାଚ୍‌ ଖେଳ ହୋଇସାରିଛି।

ଇଂଲଣ୍ଟ ସର୍ବାଧିକ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ସଫଳତାରେ ଅଷ୍ଟ୍ରେଲିଆ ଆଗରେ ରିହଛି। ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଚେଷ୍ଟରେ ୩୮୩ଟି ମ୍ୟାଚ୍‌ ଜିତିଥିବା ବେଳେ ଇଂଲଣ୍ଡ ୩୫୭ ମ୍ୟାଚ୍‌ରେ ବିଜୟୀ ହୋଇଛି। ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଦେଶ ମଧ୍ୟରେ ତୃତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜ୍‌ ୫୩୫, ଚତୁର୍ଥ ସ୍ଥାନରେ ଭାରତ ୫୨୨ ଓ ପଞ୍ଚମ ସ୍ଥାନରେ ଦକ୍ଷିଣ ଆଫ୍ରିକା ୪୨୭ଟି ଟେଷ୍ଟ ମ୍ୟାଚ୍‌ ଖେଳିଛି।



from OdishaReporter https://ift.tt/2NGG1DF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages