୫୦ ବର୍ଷ ପରେ ବରଫ ତଳୁ ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

୫୦ ବର୍ଷ ପରେ ବରଫ ତଳୁ ମିଳିଲା ମୃତଦେହ

ସିମ୍‌ଲା: ବିମାନ ଦୁର୍ଘଟଣାର ଦୀର୍ଘ ୫୦ ବର୍ଷ ପରେ ବରଫ ତଳୁ ମିଳିଛି ମୃତଦେହ। ହିମାଚଳ ପ୍ରଦେଶ ଢାକା ଗ୍ଲାସିୟର ବେସ୍‌ କ୍ୟାମ୍ପ ନକଟରୁ ଏହି ମୃତଦେହକୁ ପର୍ବତ ଆରୋହୀମାନେ ଉଦ୍ଧାର କରିଛନ୍ତି। ୧୯୬୮ ମସିହା ଫେବୃଆରୀ ୭ରେ ଭାରତୀୟ ବାୟୁସେନାର ଏଏନ୍-୧୨ ବିମାନ ଚଣ୍ଡିଗଡ଼ରୁ ଲେହ ଅଭିମୁଖେ ଉଡ଼ାଣ ଭରିଥିଲା। ଏଥିରେ ପାଖାପାଖି ୧୦୨ ଜଣ କର୍ମଚାରୀ ଥିଲେ। ବିମାନଟି ଲେହ ଅଭିମୁଖେ ଯାଉଥିବା ବେଳେ ଖରାପ ପାଗ ଯୋଗୁ ପାଇଲଟ୍‌ ଜଣଙ୍କ ଏହାକୁ ପୁଣି ଚଣ୍ଡିଗଡ଼ ଫରାଇ ନେବାକୁ ଚାହିଁଥିଲେ। କିନ୍ତୁ ବିମାନଟି ନିଖୋଜ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ହିମାଚଳ ପ୍ରଦେଶର ଲାହୁଲ ଉପତ୍ୟକାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ି ଥିଲା। ସେତେବେଳେ କିଛି କର୍ମଚାରୀଙ୍କ ମୃତେଦହ ଉଦ୍ଧାର କରାଯାଥିବା ବେଳେ ଆଉ କିଛି ଜଣଙ୍କର ମିଳି ନଥିଲା। ୨୦୦୩ରେ ବିମାନର କିଛି ଅଂଶ ଢାକା ଗ୍ଲାସିୟରୁ ଉଦ୍ଧାର କରାଯାଇଥିଲା।  ତେବେ ଜୁଲାଇ ୧ରେ ପର୍ବତ ଆରୋହୀମାନେ ବରଫ ତଳୁ ବିମାନର ଆଉ କିଛି ଭଗ୍ନାଂଶ ସହ ମୃତେଦହଟିକୁ ଠାବ କରିଥିଲେ।



from OdishaReporter https://ift.tt/2mxgilC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages