ବନ୍ୟାଞ୍ଚଳକୁ ଗଲା ୮ଟି ଡାକ୍ତରୀ ଦଳ: ଟ୍ୱିନ୍‌ସିଟିର ଜଳବନ୍ଦୀ ଅଞ୍ଚଳରେ ମିଳିବ ରିଲିଫ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ବନ୍ୟାଞ୍ଚଳକୁ ଗଲା ୮ଟି ଡାକ୍ତରୀ ଦଳ: ଟ୍ୱିନ୍‌ସିଟିର ଜଳବନ୍ଦୀ ଅଞ୍ଚଳରେ ମିଳିବ ରିଲିଫ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍‌ ଓ ଅଗ୍ନିଶମ ସେବା ୟୁନିଟ୍‌କୁ ସଜାଗ ରଖିବା ସହ ଭୁବନେଶ୍ୱର-କଟକ ମହାନଗର ନିଗମ ଅଞ୍ଚଳରେ ଆବଶ୍ୟକ ସ୍ଥଳେ ରିଲିଫ୍‌ ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିଦ୍ଦେର୍ଶ ଦେଇଛନ୍ତି। ଅପରପକ୍ଷରେ ବନ୍ୟାଞ୍ଚଳ ଓ ଜଳ ଘେରରେ ରହୁଥିବା ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ୮ଟି ଡାକ୍ତରୀ ଟିମ୍‌ ଗଠନ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍‌ ରିଲିଜ୍‌ ଅନୁସାରେ ରାଜ୍ୟର ୩ଟି ଜିଲ୍ଲା ସୁନ୍ଦରଗଡ଼, ସମ୍ୱଲପୁର ଓ ଝାରସୁଗୁଡ଼ାକୁ ଛାଡ଼ି ବାକି ସମସ୍ତ ଅଞ୍ଚଳରେ ବର୍ଷା ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଅଧିକ ବର୍ଷା ହୋଇଛି। ମାଲକାନଗିରି, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଜୟପୁରରୁ ମାଲକାନଗିରି, ଜୟପୁରରୁ ବାଲିମେଳା ଓ କାଲିମେଳାରୁ ମୋଟୁ ପର୍ଯ୍ୟନ୍ତ ଯୋଗାଯୋଗ ପୁଣିଥରେ କାର୍ଯ୍ୟକ୍ଷମ କରାଯାଇଛି। ଅନ୍ୟ ସ୍ଥାନଗୁଡ଼ିକରେ ଯୋଗାଯୋଗ ବ୍ୟବସ୍ଥାକୁ ଜାରି ରଖିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି। ମାଲକାନଗିରିରେ ଦୁଇଟି ଓଡ୍ରାଫ୍‌ ଟିମ୍‌ ମୁତୟନ ହୋଇଛି। କଳାହାଣ୍ଡି ଜିଲ୍ଲାରେ ହୋଇଥିବା ଘାଇ ଗୁଡ଼ିକୁ ମରାମତି କରାଯାଇଛି। ଜିଲ୍ଲାରେ ଏବେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ଭୁବନେଶ୍ୱରର ବିଭିନ୍ନ ଜଳମଗ୍ନ ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍‌ ଓ ଅଗ୍ନିଶମ ସେବା ୟୁନିଟ୍‌ ଗୁଡ଼ିକୁ ନିୟୋଜିତ କରାଯାଇଛି। ଆବଶ୍ୟକସ୍ଥଳେ ଅଗ୍ନିଶମ ବିଭାଗର ପମ୍ପ ନିୟୋଜିତ କରାଯାଇ ଜଳ ନିଷ୍କାସନ କରାଯାଉଛି। କଟକରେ ମଧ୍ୟ ଓଡ୍ରାଫ୍‌ ଟିମ୍‌କୁ ମୁତୟନ କରାଯାଇଛି। ୬ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବା ସହ ୧୮୧ଟି ପମ୍ପ୍‌ ମାଧ୍ୟମରେ ସହରର ଜଳ ନିଷ୍କାସନ କରାଯାଉଛି। ଆବଶ୍ୟକସ୍ଥଳେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ବନ୍ୟା ଅଞ୍ଚଳକୁ ଡାକ୍ତରୀ ଟିମ୍‌ ପଠାଯାଉଛି। ସେମାନେ ଲୋକଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ। ୨୪ ଘଣ୍ଟିଆ କଂଟ୍ରୋଲ ରୁମ୍‌ ଖୋଲାଯାଇ ଲୋକଙ୍କ ଅଭିଯୋଗ ଉପରେ ତ୍ୱରିତ୍‌ ପଦକ୍ଷେପ ନିଆଯାଉଛି।



from OdishaReporter https://ift.tt/2mwyRX7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages