ନକ୍ସଲ ଅପରେସନ୍ ସମୟରେ ଯବାନଙ୍କୁ ସାପ କାମୁଡ଼ି ଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ନକ୍ସଲ ଅପରେସନ୍ ସମୟରେ ଯବାନଙ୍କୁ ସାପ କାମୁଡ଼ି ଦେଲା

ମାଲକାନଗିରି (ଜିତେନ୍ଦ୍ର ବେଉରା):  ନକ୍ସଲ ଦମନରେ ଲାଗିଥିବା ଯବାନଙ୍କ ପାଇଁ ନୂଆ ସମସ୍ୟା। ବର୍ଷା ଦିନରେ ନକ୍ସଲଙ୍କ  ଅପେକ୍ଷା ଯବାନ ମାନଙ୍କୁ ବିଷାକ୍ତ ସାପ ଭୟ ଘାରିଛି। କାରଣ ବଣ ଜଙ୍ଗଲରେ ବୁଲୁଥିବା ବେଳେ ବିଷାକ୍ତ ସାପ କାମୁଡ଼ାର ଶିକାର ହେବାର ଆଶଙ୍କା ରହୁଛି।

ଗତକାଲି ଛତିଶଗଡ଼ର ସୁକୁମା ଅଞ୍ଚଳରେ ଜଣେ ଯବାନ,  ନକ୍ସଲ ଦମନ ଅପରେସନ୍‌ରେ ଯାଇଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ସଂପୃକ୍ତ ଯବାନଙ୍କ ନାଁ ଆଶିଷ ସିଂହ। ଗୁରୁତର ଅବସ୍ଥାରେ ଆଶିଷଙ୍କୁ ସୁକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହି ଘଟଣା ପରେ ଯବାନଙ୍କ ଭିତରେ ସାପ ଭୟ ଲାଗି ରହିଛି। ବଣ ଜଙ୍ଗଲରେ ଅପରେସନ୍ କରୁଥିବା ବେଳେ କେମିତି ବିଷାକ୍ତ ସାପଙ୍କ କବଳରୁ ନିଜକୁ ରକ୍ଷା କରିବେ, ଏଥିପାଇଁ ସେମାନଙ୍କ ପାଖରେ କିଛି ପ୍ରତିଷେଧକ ବ୍ୟବସ୍ଥା ଅଛି କି ନାହିଁ ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି।



from OdishaReporter https://ift.tt/2A28bqJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages