ରୁୱାଣ୍ଡାକୁ ୨୦୦ ଗାଈ ଉପହାରରେ ଦେବେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ରୁୱାଣ୍ଡାକୁ ୨୦୦ ଗାଈ ଉପହାରରେ ଦେବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ୫ ଦିନିଆ ଆଫ୍ରିକା ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ସେ ଦକ୍ଷିଣ ଆଫ୍ରିକା, ଉଗାଣ୍ଡା ଓ ରୁୱାଣ୍ଡାର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଦି ପ୍ରଥମଥର ପାଇଁ ରୁୱାଣ୍ଡା ଗସ୍ତରେ ଯାଇଛନ୍ତି। ଏହି ଦେଶର ଜନସଂଖ୍ୟା ଭାରତର ରାଜଧାନୀ ଦିଲ୍ଲୀର ଜନସଂଖ୍ୟାଠାରୁ ମଧ୍ୟ କମ୍‌। ମୋଦି ଏହି ସମୟରେ ରୁୱାଣ୍ଡାର ପୂର୍ବ ପ୍ରଦେଶରେ ଥିବେ ରୁୱେରୁ ଗାଁ ଲୋକଙ୍କୁ ୨୦୦ଟି ଗାଈ ଉପହାର ଆକାରରେ ଦେବେ। ଗିରିଙ୍କା କାର୍ଯ୍ୟକ୍ରମ ଅନୁଯାୟୀ ଶ୍ରୀ ମୋଦି ଏଭଳି ଉପହାର ଦେଉଛନ୍ତି। ଭାରତ ସହ ରୁୱାଣ୍ଡା ପ୍ରଧାନମନ୍ତ୍ରୀ ଏଭଳି ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ଅନୁଯାୟୀ ଗୋଟିଏ ଗରିବ ପରିବାରକୁ ଗୋଟିଏ ଗାଈ ଦିଆଯିବ। ୨୦୦୬ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୩.୫ ଲକ୍ଷ ଲୋକ ଏଥିରେ ସାମିଲ ହୋଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଆଫ୍ରିକା ସହ ବନ୍ଧୁତା ସ୍ଥାପନ କରିବା ଭାରତ ସରକାରଙ୍କ ପ୍ରଥମ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ୫ ଦିନିଆ ଗସ୍ତ ନିଶ୍ଚିତ ଭାବେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିପାରିବ। ରୁୱାଣ୍ଡାରେ ଅଧିକାଂଶ ସାଂସଦ ହେଉଛନ୍ତି ମହିଳା। କିନ୍ତୁ ଭାରତରେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ହୋଇପାରୁନାହିଁ। ଏହି ବିଲ୍‌ ପାସ୍‌ ହେଲେ ସଂସଦ ଓ ବିଧାନସଭାରେ ୩୩% ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇରହିବ। ତେଣୁ ଏହି ଗସ୍ତ ନିଶ୍ଚିତ ଭାବେ ଭାରତ ସରକାରଙ୍କୁ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରାଇବା ଦିଗରେ ପ୍ରୋତ୍ସାହିତ କରିବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି।



from OdishaReporter https://ift.tt/2LhbRKJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages